Author: TRUPTIMAYEE SAHOO

ଓଡ଼ିଶା ରାଜନୀତିର ଇତିହାସରେ ସମୟ ସମୟରେ ଏମିତି କିଛି ଘଟଣା ଘଟେ, ଯାହା ବାହାରକୁ ଅତି ସାଧାରଣ ମନେ ହେଲେ ମଧ୍ୟ ଭିତରେ ଏକ ବଡ଼ ଧରଣର ରାଜନୈତିକ ଝଡ଼ର ସଙ୍କେତ ଦେଇଥାଏ । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଘେରି ରହିଥିବା ପରିସ୍ଥିତି ଠିକ୍ ସେହିଭଳି । ବିଗତ କିଛିଦିନର ଘଟଣାବଳୀକୁ ଅନୁଧ୍ୟାନ କଲେ ଜଣାପଡୁଛି ଯେ, ମୁଖ୍ୟମନ୍ତ୍ରୀଙ୍କୁ ବଦନାମ କରିବା ପାଇଁ ଏକ ଶକ୍ତିଶାଳୀ ‘ଇକୋସିଷ୍ଟମ’ ସକ୍ରିୟ ହୋଇଉଠିଛି। ଏହି ଇକୋସିଷ୍ଟମରେ କେବଳ ବିରୋଧୀ ନାହାନ୍ତି, ବରଂ ନିଜ ଦଳର କିଛି ମନ୍ତ୍ରୀ ଏବଂ ପ୍ରଶାସନିକ ଅଧିକାରୀ ମଧ୍ୟ ସାମିଲ ଥିବା ପରି ପ୍ରତୀୟମାନ ହେଉଛି। ଭିଡିଓର ରହସ୍ୟ: ଖୁସିର ମୁହୂର୍ତ୍ତ ନା ସୁଚିନ୍ତିତ ଷଡ଼ଯନ୍ତ୍ର? ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏପ୍ରିଲ ୧୪-୧୫ ତାରିଖର ସେହି ଭିଡିଓକୁ ଧ୍ୟାନର ସହ ଦେଖିଲେ ଜଣାପଡ଼େ ଓଡ଼ିଆ ପକ୍ଷ ଉତ୍ସବ ପାଳନ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ…

Read More