Author: TRUPTIMAYEE SAHOO

 DMF : ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପାଣ୍ଠିରେ ଅନୁପାଳନର ଅଭାବ, ନିରପେକ୍ଷ ପ୍ରତିଯୋଗିତାର ନୀତିକୁ କ୍ଷୁଣ୍ଣ କରିବା ସହ ସମ୍ଭାବ୍ୟ ଆର୍ଥିକ ଅବ୍ୟବସ୍ଥାକୁ ପ୍ରୋତ୍ସାହିତ କରୁଛି। ସୁନ୍ଦରଗଡ଼ ଜିଲ୍ଲାରେ ଜିଲ୍ଲା ଖଣିଜ ପାଣ୍ଠି (ଡିଏମ୍ଏଫ୍) ଅଧୀନରେ ଏକ ଡିଜିଟାଲ ଶିକ୍ଷା ପ୍ରକଳ୍ପ ବାଧ୍ୟତାମୂଳକ ଟେଣ୍ଡର ପ୍ରକ୍ରିୟାକୁ ନେଇ ଏକ ମହାଦୁର୍ନୀତି ଅଦାଲତରେ ପହଞ୍ଚିଛି। ଏ ସଂକ୍ରାନ୍ତରେ ଏକ ପିଆଇଏଲ୍ ରୁଜୁ ହେବାପରେ ବହୁ ଘଟଣା ପଦାକୁ ଆସିଛି। ରୁଜୁ ମାମଲା ଅନୁଯାୟୀ, ପ୍ରଥମେ ଜାନୁଆରୀ ୨୦୧୯ରେ ମହାରାଷ୍ଟ୍ରର ଏକ କମ୍ପାନୀ ‘ଭାଲୁଏବଲ୍ ଏଜୁଟେନମେଣ୍ଟ ପ୍ରାଇଭେଟ୍ ଲିମିଟେଡ’କୁ ଏହି ପ୍ରକଳ୍ପ ପ୍ରଦାନ କରାଯାଇଥିଲା ଏବଂ ଏହି ପ୍ରକଳ୍ପ ୫ ବର୍ଷ ପାଇଁ ଚାଲିବାକୁ ଲକ୍ଷ୍ୟ ରଖାଯାଇଥିଲା, ଯେଉଁଥିରେ ୧୯.୫ କୋଟି ଟଙ୍କା ବ୍ୟୟରେ ୭୦ଟି ବିଦ୍ୟାଳୟ ଅନ୍ତର୍ଭୁକ୍ତ ଥିଲା। ସମୟକ୍ରମେ ଏହି ପ୍ରକଳ୍ପର ପରିସର ୧୦ରୁ ଅଧିକ ବିଦ୍ୟାଳୟକୁ ବ୍ୟାପିଯାଇଥିଲା ଏବଂ କୌଣସି ମୂଲ୍ୟ ନିର୍ଦ୍ଧାରଣ କିମ୍ବା ନୂତନ ଟେଣ୍ଡର ବିନା ଏହାର…

Read More