Author: TRUPTIMAYEE SAHOO

ଭାରତରେ ଗୋଡ କିମ୍ବା ହାତ ଆଙ୍ଗୁଠି ସନ୍ଧିରେ ଫଙ୍ଗଲ୍ ସଂକ୍ରମଣ ଏକ ଗମ୍ଭୀର ସାର୍ବଜନୀନ ସ୍ୱାସ୍ଥ୍ୟ ସଙ୍କଟ ପାଲଟିଛି । ଦେଶର ପ୍ରମୁଖ ଚିକିତ୍ସା ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ଅନେକ ବିପଜ୍ଜନକ ଫଙ୍ଗଲ୍ ରୋଗ ଜନିତ ମୃତ୍ୟୁହାର ୫୦ ପ୍ରତିଶତ ରହିଛି । ଦେଶର ୧୨ଟି ପ୍ରମୁଖ ସରକାରୀ ଏବଂ ପ୍ରମୁଖ ଚିକିତ୍ସା ପ୍ରତିଷ୍ଠାନର ବିଶେଷଜ୍ଞ ସୂକ୍ଷ୍ମଜୀବ ବିଜ୍ଞାନୀମାନେ AIIMS ସମେତ ‘ଭାରତୀୟ ଫଙ୍ଗଲ୍ ସଂକ୍ରମଣ ଜାତୀୟ ଘୋଷଣାନାମା’ (I-FIND) ଜାରି କରିଛନ୍ତି । କେନ୍ଦ୍ର ସରକାରଙ୍କୁ ବିଶେଷ ଭାବରେ ଫଙ୍ଗଲ୍ ରୋଗ ସମ୍ବନ୍ଧରେ ଏକ ଜାତୀୟ ନୀତି ପ୍ରଣୟନ କରିବାକୁ ଅନୁରୋଧ କରିଛନ୍ତି । ୫୦ ପ୍ରତିଶତ ମୃତ୍ୟୁ ହାର ‘ଇଣ୍ଡିଆନ୍ ଜର୍ଣ୍ଣାଲ୍ ଅଫ୍ ମେଡିକାଲ୍ ବାୟୋଲୋଜି’ ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ , ଭାରତର ପ୍ରାୟ ୪.୧ ପ୍ରତିଶତ ଜନସଂଖ୍ୟା ଗୁରୁତର ଫଙ୍ଗଲ୍ ସଂକ୍ରମଣ ଦ୍ୱାରା ପ୍ରଭାବିତ । ଆକ୍ରମଣାତ୍ମକ ଫଙ୍ଗଲ୍ ସଂକ୍ରମଣ କ୍ଷେତ୍ରରେ ,…

Read More