Author: TRUPTIMAYEE SAHOO

କେଜ୍ରିୱାଲ ଝୁକେଗା ନେହିଁ… ଫୋର୍ଥ ଟର୍ମ କମିଂ ସୁନ ଏବେ ଖାଲି ଦେଶ କାହିଁକି, ସାରା ବିଶ୍ୱରେ ବି ଝଡ଼ ସୃଷ୍ଟି କରିଛି ପୁଷ୍ପାରାଜ । ଫିଲ୍ମ ‘ପୁଷ୍ପା ୱାନ୍‌’ ଓ ‘ପୁଷ୍ପା ଟୁ’ର କ୍ରେଜ ଏବେ ଚାରିଆଡେ ଦେଖିବାକୁ ମିଳିଛି । ଏହି ଫିଲ୍ମ ମାୟାରେ ବାୟା ଯୁବପିଢ଼ି । ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି ଏହି ଫିଲ୍ମ ।  ଅଲ୍ଲୁ ଅର୍ଜୁନଙ୍କ ସ୍ପେଶାଲ ଡାଏଲଗ୍‌ ମେଁ ଝୁକେଗା ନେହିଁ’ ବେଶ୍‌ ଲୋକପ୍ରିୟ ହେବାରେ ଲାଗିଛି । ଏହି ସମାନ ରଙ୍ଗ ଏବେ ଦିଲ୍ଲୀ ରାଜନୀତିରେ ମଧ୍ୟ ଦେଖିବାକୁ ମିଳିଛି । ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଓ ଶାସକ ଆମ୍‌ ଆଦମୀ ପାର୍ଟି ମଧ୍ୟରେ ଦେଖିବାକୁ ମିଳିଛି ଫିଲ୍ମ ପୁଷ୍ପା ଷ୍ଟାଇଲ୍‌ର ପୋଷ୍ଟର ୱାର୍‌ । ଏକ ପୋଷ୍ଟରରେ ‘ଆପ୍‌’ କରିଥିବା ବିଭିନ୍ନ ଘୋଟାଲା ଦର୍ଶାଇ ବିଜେପି ଟାର୍ଗେଟ କରିଥିବାବେଳେ ଏହାର ପାଲଟ ଜବାବ ଦେଇଛି…

Read More