Author: TRUPTIMAYEE SAHOO
ନଷ୍ଟ ହେବ ଜୈବ ବିବିଧତା ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ (ଏମଓଆରଟିଏଚ୍) ଦ୍ୱାରା ଅନୁମୋଦିତ ଚିଲିକା ଉପରେ ଦୁଇ ଲେନ୍ ବିଶିଷ୍ଟ ଜାତୀୟ ରାଜପଥ (ଏନ୍ଏଚ୍) ସଂଯୋଗ ପ୍ରସ୍ତାବିତ ଆଲାଇନମେଣ୍ଟ ଏସିଆର ସର୍ବବୃହତ ଖରାଜଳ ହ୍ରଦର ପରିବେଶ ପାଇଁ କ୍ଷତିକାରକ ହେବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଓଡ଼ିଶା ପରିବେଶ ସୋସାଇଟି (ଓଇଏସ୍ )ର ଏକ କର୍ମଶାଳାରେ କିଛି ପ୍ୟାନେଲିଷ୍ଟ ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଗୋପାଳପୁର-ସାତପଡ଼ା ରାଜପଥ (ଜାତୀୟ ରାଜପଥ-୫୧୬ଏ)ର ସଂଯୋଗ ନଥିବା ଆର୍ଦ୍ରଭୂମି ଉପରେ ୭୫ ମିଟର ରାଇଟ୍ ଅଫ୍ ୱେ (ଆରଓଡବ୍ଲ୍ୟୁ) ସହ ୭.୮ କିଲୋମିଟର ସଂଯୋଗ କରିବାକୁ ମନ୍ତ୍ରଣାଳୟ ଯୋଜନା କରିଥିବା ଜଣାପଡ଼ିଛି। ତେବେ ରମ୍ଭା-ବାଲୁଗାଁ-ଟାଙ୍ଗୀ-ଭୂଷଣପୁର-ସାତପଡ଼ାକୁ ସଂଯୋଗ କରୁଥିବା ବିକଳ୍ପ ରାସ୍ତା ହିଁ ହ୍ରଦକୁ ଆହୁରି ଖରାପ ହେବାରୁ ରକ୍ଷା କରିବା ପାଇଁ ସର୍ବୋତ୍ତମ ବିକଳ୍ପ ହେବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।ଅନ୍ତର୍ଜାତୀୟ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ଏହି…
