Author: TRUPTIMAYEE SAHOO

ଗୁରୁତ୍ୱପୂର୍ଣ୍ଣ ରହିଛି ବିମାନ ବିଲ୍ ଏବଂ ସାର୍ବଜନୀନ ପରୀକ୍ଷା ଆଇନ ସରିଯାଇଛି ୨୦୨୪ ବର୍ଷ। ଏଥର ଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବା ସହ ବିଜେପି ସରକାର ତୃତୀୟଥର ଗାଦିକୁ ଫେରି ସୃଷ୍ଟି କରିଛି ବିରଳ ରେକର୍ଡ଼। ତେବେ ୨୦୨୪ ମସିହାରେ ସଂସଦର ଉଭୟ ଗୃହରେ ବିମାନ ବିଲ୍ ଏବଂ ସାର୍ବଜନୀନ ପରୀକ୍ଷା ଆଇନ ସମେତ ମୋଟ ୧୬ଟି ବିଲ୍ ପାରିତ ହୋଇଛି ବୋଲି ମଙ୍ଗଳବାର ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ବିଲ୍ ବ୍ୟତୀତ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଲ୍ – ୱାକଫ୍ (ସଂଶୋଧନ) ବିଲ୍ ୨୦୨୪ ଏବଂ ‘ଏକ ଦେଶ ଏକ ନିର୍ବାଚନ’ ମଧ୍ୟ ଆଗତ କରାଯାଇଥିଲା ଏବଂ ଅଧିକ ଯାଞ୍ଚ ପାଇଁ ଏକ ଯୁଗ୍ମ ସଂସଦୀୟ କମିଟିକୁ ଉଭୟ ବିଲକୁ ପଠାଯାଇଛି। ମଙ୍ଗଳବାର ପ୍ରକାଶିତ ଏକ ବାର୍ଷିକ ବିଜ୍ଞପ୍ତିରେ ମନ୍ତ୍ରଣାଳୟ କହିଛି ଯେ ୱାକଫ୍ ଆଇନ, ୧୯୯୫ରେ ସଂଶୋଧନ ପାଇଁ ଉଦ୍ଦିଷ୍ଟ ୱାକଫ୍ (ସଂଶୋଧନ)…

Read More