Author: TRUPTIMAYEE SAHOO

ଅମୀରଙ୍କୁ କଲେ ସାକ୍ଷାତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଲା କୁଏତର ସର୍ବୋଚ୍ଚ ବେସାମରିକ ସମ୍ମାନ। ଦୁଇ ଦିନିଆ କୁଏତ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହାର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ୍‌ ମୁବାରକ୍‌ ଅଲ୍‌-କବୀର’ ପ୍ରଦାନ କରାଯାଇଛି। ଏହା ହେଉଛି କୌଣସି ଦେଶ ଦ୍ୱାରା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଦାନ କରାଯାଇଥିବା ୨୦ଶ ଅନ୍ତର୍ଜାତୀୟ ସମ୍ମାନ। ‘ଅର୍ଡର ଅଫ୍‌ ମୁବାରକ୍‌ ଅଲ୍‌-କବୀର’ ସମ୍ମାନ ବନ୍ଧୁତାର ପ୍ରତୀକ ଭାବେ କୌଣସି ରାଷ୍ଟ୍ରର ମୁଖ୍ୟ କିମ୍ବା ବିଦେଶ ରାଜ ପରିବାରର ସଦସ୍ୟଙ୍କୁ ପ୍ରଦାନ କରାଯାଇଥାଏ। ପ୍ରଧାନମନ୍ତ୍ରୀ ମୋଦିଙ୍କ ପୂର୍ବରୁ ବିଲ କ୍ଲିଣ୍ଟନ, ପ୍ରିନ୍ସ ଚାର୍ଲ୍ସ ଓ ଜର୍ଜ ବୁଶଙ୍କ ଭଳି ବ୍ୟକ୍ତି ବିଶେଷ କୁଏତର ଏହି ସର୍ବୋଚ୍ଚ ସମ୍ମାନ ପାଇ ସାରିଛନ୍ତି। ରବିବାର କୁଏତ ଗସ୍ତର ଦ୍ୱିତୀୟ ଦିନରେ ମୋଦି ଏହି ସମ୍ମାନ ଗ୍ରହଣ କରିବା ପରେ ତାଙ୍କୁ ବୟାନ ପ୍ୟାଲେସଠାରେ ଔପଚାରିକ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ଏହି ସମୟରେ ସେଠାରେ କୁଏତର…

Read More