Author: TRUPTIMAYEE SAHOO

Mahakubh: ମହାକୁମ୍ଭ ଭାରତର ସମୃଦ୍ଧ ବିବିଧତା ଏବଂ ଆଧ୍ୟାତ୍ମିକ ସମ୍ପଦକୁ ପ୍ରଦର୍ଶିତ କରିଛି। କୁମ୍ଭ ଜଳ ବିବାଦ ନେଇ ମୁହଁ ଖୋଲିଛନ୍ତି ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର। ସେ କହିଛନ୍ତି ଯେ ଲୋକଙ୍କ ଭକ୍ତି ହିଁ କୋଟି କୋଟି ଲୋକଙ୍କୁ ମହାକୁମ୍ଭକୁ ଆକୃଷ୍ଟ କରିଥିଲା, ଯାହା ବୁଧବାର ଶେଷ ହୋଇଛି ଏବଂ ଏହା ଭାରତର ସମୃଦ୍ଧ ବିବିଧତା ଏବଂ ଆଧ୍ୟାତ୍ମିକ ସମ୍ପଦକୁ ପ୍ରଦର୍ଶିତ କରିଥିଲା। ଇଣ୍ଡିଆ ଟୁଡେର ରାଜଦୀପ ସରଦେଶାଇଙ୍କୁ ଦେଇଥିବା ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ରବିଶଙ୍କର ପ୍ରୟାଗରାଜରେ ପାଣିରେ ଅଧିକ ଫିକାଲ କୋଲିଫର୍ମ ଠାବ ହେବା ନେଇ ସୃଷ୍ଟି ହୋଇଥିବା ବିବାଦ ଉପରେ ମଧ୍ୟ ଆଲୋକପାତ କରି କହିଛନ୍ତି ଯେ, ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ ଗଙ୍ଗା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଜଳ ଭଣ୍ଡାର ମଧ୍ୟରୁ ଅନ୍ୟତମ । କୋଟି କୋଟି ଶ୍ରଦ୍ଧାଳୁଙ୍କ ପାଇଁ ମୁଁ କେବଳ ତିନୋଟି ଜିନିଷ ଦେଖୁଛି- ବିଶ୍ୱାସ, ବିଶ୍ୱାସ, ବିଶ୍ୱାସ । ଲୋକଙ୍କ…

Read More