Author: TRUPTIMAYEE SAHOO

Waqf Bill: ଏବେ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ପରେ ସରକାର ଏହି ବିଲ୍ ଆଣିବା ପାଇଁ ବାଟ ଖୋଲିଛନ୍ତି, ଯାହାର ଉଦ୍ଦେଶ୍ୟ ହେଉଛି ୱାକଫ୍ ସମ୍ପତ୍ତିର ପଞ୍ଜୀକରଣକୁ ଶୃଙ୍ଖଳିତ କରିବା। ବିଜେପି ସାଂସଦ ଜଗଦମ୍ବିକା ପାଲଙ୍କ ନେତୃତ୍ୱରେ ଗଠିତ ଏକ ଯୁଗ୍ମ ସଂସଦୀୟ କମିଟି (ଜେପିସି) ଦ୍ୱାରା ସୁପାରିଶ କରାଯାଇଥିବା ପରିବର୍ତ୍ତନ ସହିତ ଫେବ୍ରୁଆରି ୧୯ ତାରିଖରେ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଅପଡେଟ୍ ହୋଇଥିବା ୱାକଫ୍ (ସଂଶୋଧନ) ବିଲକୁ ଅନୁମୋଦନ ମିଳିଛି। ଏବେ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ପରେ ସରକାର ମାର୍ଚ୍ଚ ୧୦ତାରିଖରୁ ଆରମ୍ଭ ହେବାକୁ ଥିବା ବଜେଟ୍ ଅଧିବେଶନର ଦ୍ୱିତୀୟାର୍ଦ୍ଧରେ ଓ୍ଵାକଫ୍ ସମ୍ପତ୍ତି ପଞ୍ଜୀକରଣକୁ ଶୃଙ୍ଖଳିତ କରିବା ଉଦ୍ଦେଶ୍ୟରେ ଏହି ବିଲ୍ ଆଗତ କରିବାକୁ ବାଟ ଖୋଲିଛନ୍ତି। ଗତ ଫେବ୍ରୁଆରି ୧୩ ତାରିଖରେ ସଂସଦର ଉଭୟ ଗୃହରେ ଏହି ବିଲ୍ ଉପରେ ଯୁଗ୍ମ ସଂସଦୀୟ କମିଟି (ଜେପିସି) ରିପୋର୍ଟ ଉପସ୍ଥାପିତ ହେବା ପରେ ଏହାକୁ ତୀବ୍ର ବିରୋଧ କରାଯାଇଥିଲା। ଗତ…

Read More