Author: TRUPTIMAYEE SAHOO

Uttam mohanty: ଜିଲ୍ଲାପାଳ ଓ ଡିସିପି  ପ୍ରଦାନ କରିବେ ଶ୍ରଦ୍ଧାଞ୍ଜଳି ଜୀବନ ରଙ୍ଗମଞ୍ଚରେ ଅଭିନୟ ସାରି ବାହୁଡ଼ିଯାଇଛନ୍ତି ଉତ୍ତମ।  ଆଜି ଉତ୍ତମଙ୍କ ମରଶରୀର ଦିଲ୍ଲୀରୁ ଆସୁଥିବାବେଳେ ସତ୍ୟନଗର ମଶାଣିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ | ପ୍ରଯୋଜକ ରବୀନ୍ଦ୍ର ନାଥ ପଣ୍ଡା ଏନେଇ ସୂଚନା ଦେଇଛନ୍ତି | ସତ୍ୟନଗର ମଶାଣିରେ ଶେଷକୃତ୍ୟ ପାଇଁ ସବୁ ପ୍ରକାରର ବ୍ୟବସ୍ଥା କରାଯାଉଛି | ଉଲ୍ଲେଖ ଥାଉ କି ଦିନ ୧୧ ଟାବେଳେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବ ପାର୍ଥିବ ଶରୀର । ତାପରେ ସିଧାସଳଖ ଜଗନ୍ନାଥ ବିହାରସ୍ଥିତ ବାସଭବନରେ ପହଂଚିବା ପରେ ଶେଷ ଦର୍ଶନ କରିବେ ସିନେ ଜଗତର ବିଶିଷ୍ଟ ବ୍ୟକ୍ତିବିଶେଷ। ଏହାପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହେବ। ତାଙ୍କ ମରଶରୀରରେ ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଡିସିପି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବେ।  ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଚିଠିରେ କୁହାଯାଇଛି ଯେ, ଶ୍ରୀ ମହାନ୍ତିଙ୍କ ମର ଶରୀରକୁ ଆଜି…

Read More