Author: TRUPTIMAYEE SAHOO

Uttam mohanty: ଜୀବନ ରଙ୍ଗମଞ୍ଚରେ ଅଭିନୟ ସାରି ବାହୁଡ଼ିଗଲେ ଓଡ଼ିଆ ସିନେମାର ବାଦଶାହ ଉତ୍ତମ ମହାନ୍ତି ଓଡ଼ିଆ ସିନେମାର ବାଦଶାହ, ସୁପରଷ୍ଟାର, ଚିର ସବୁଜ, ଯାଦୁଗର ଉତ୍ତମ ମହାନ୍ତି ସବୁକିଛି ଛାଡ଼ି ଚାଲିଯାଇଛନ୍ତି ଅଫେରା ରାଇଜକୁ। ଯେଉଁଠିକି ଗଲେ ଆଉ ଫେରିବା ଅସମ୍ଭବ। ଉତ୍ତମ ମହାନ୍ତି ଏମିତି ଜଣେ ଅଭନେତା ଯିଏ ନିଜର ଅଭିନୟ ଯାଦୁରେ ସମସ୍ତ ଚରିତ୍ରକୁ ବେଶ୍ ଭଲଭାବେ ପରଦାରେ ଫୁଟାଇ ପାରୁଥିଲେ । ସେ ଥିଲେ ୯୦ ଦଶକର ବାଦଶାହ । ତାଙ୍କ ଅଭିନୀତ ଅନେକ ଫିଲ୍ମ ସୁପରହିଟ୍ ହୋଇଛି । ଅଭିନେତ୍ରୀ ଅପରାଜିତା ଓ ଉତ୍ତମଙ୍କ ଯୋଡିକୁ ଦେଖିବାକୁ ସିନେ ପ୍ରେମୀ ବେଶ୍ ପସନ୍ଦ କରୁଥିଲେ । ସେ ଅପରାଜିତାଙ୍କ ହାତ ଧରିବା ପରେ ଏହି ଯୋଡି ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରିକୁ ଆହୁରି ଅନେକ ସୁପରହିଟ ଫିଲ୍ମ ଭେଟିଦେଇଛନ୍ତି । ଯାହା ଆଜିବି ଓଡ଼ିଆ ଦର୍ଶକଙ୍କ ମନରେ ଜୀବନ୍ତ ହୋଇ ରହିଛି । ଜୀବନ ରଙ୍ଗମଞ୍ଚରେ ଅଭିନୟ ସାରି…

Read More