What's Hot
Author: TRUPTIMAYEE SAHOO
Marine Conservation Awareness: ସଚେତନତା ମାସରେ ସମୁଦାୟମାନଙ୍କୁ ଶିକ୍ଷିତ କରିବା ପାଇଁ ଆଉଟ୍ରିଚ୍ ଅଭିଯାନ, ଡିଜିଟାଲ୍ ଅଧିବେଶନ ଏବଂ ବିଶେଷଜ୍ଞ କର୍ମଶାଳା ଆୟୋଜନ କରାଯିବ। ସାମୁଦ୍ରିକ ସଂରକ୍ଷଣ ଦିଗରେ ଓଡ଼ିଶାର ପ୍ରତିବଦ୍ଧତାକୁ ଦୃଢ଼ କରିବା ସହ ପ୍ରଥମ ଥର ପାଇଁ ୨୦୨୫ ମାର୍ଚ୍ଚକୁ ଅଲିଭ୍ ରିଡ଼ଲେ କଇଁଛ ଓ ସାମୁଦ୍ରିକ ସ୍ତନ୍ୟପାୟୀ ପ୍ରାଣୀ ସଚେତନତା ମାସ ଭାବେ ପାଳନ କରିବାକୁ ଘୋଷଣା କରାଯାଇଛି। ରାଜ୍ୟର ସାମୁଦ୍ରିକ ଜୈବ ବିବିଧତାର ସୁରକ୍ଷା ପାଇଁ ସମ୍ପ୍ରଦାୟ, ବିଶେଷଜ୍ଞ ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକୁ ଏକଜୁଟ କରିବା ପାଇଁ ପିସିସିଏଫ୍ (ବନ୍ୟପ୍ରାଣୀ) ଏବଂ ମୁଖ୍ୟ ବନ୍ୟପ୍ରାଣୀ ୱାର୍ଡେନ୍, ଓଡ଼ିଶା ପକ୍ଷରୁ ପ୍ରମୁଖ ଉପକୂଳବର୍ତ୍ତୀ ଅଞ୍ଚଳରେ ଏକ ପଦକ୍ଷେପ ଆରମ୍ଭ କରାଯାଇଛି। ବ୍ରହ୍ମପୁର, ଚିଲିକା, ପୁରୀ, ରାଜନଗର, ଭଦ୍ରକ ଓ ବାଲେଶ୍ୱର ଉପକୂଳବର୍ତ୍ତୀ ଅଞ୍ଚଳକୁ ଏହି ସୁରକ୍ଷା ବ୍ୟବସ୍ଥା କରାଯିବ। ୨୦୨୫ ଫେବ୍ରୁଆରି ୨୩ ତାରିଖ ସୁଦ୍ଧା ଓଡ଼ିଶା ଉପକୂଳରେ ୬,୯୮,୭୧୮ ଅଲିଭ୍ ରିଡ଼ଲେ କଇଁଛଙ୍କ ସମୂହ ଅଣ୍ଡାଦାନ…
