Author: TRUPTIMAYEE SAHOO

forest: ଠାବ ହେଲା ଅଢେଇ କୋଟିର ୧୨୧ ଜାଲ ଆକାଉଣ୍ଟ, ବାଘ ଚମଡ଼ା ଜବତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଓଡ଼ିଶା ବନ ବିଭାଗରେ ଅଢ଼େଇ କୋଟି ଟଙ୍କାର ଆର୍ଥିକ ଦୁର୍ନୀତିର ପର୍ଦ୍ଦାଫାସ କରିଛି। ଗତ ଫେବ୍ରୁଆରି ୨୮ ତାରିଖରେ କଳାହାଣ୍ଡି ଦକ୍ଷିଣ ଡିଭିଜନର ଜୟପାଟଣା ରେଞ୍ଜର ଫରେଷ୍ଟ ରେଞ୍ଜ ଅଧିକାରୀଙ୍କ କାର୍ଯ୍ୟାଳୟ ଓ ବାସଭବନରେ ଚଢ଼ାଉ କରି ଇଡି ଭୁବନେଶ୍ୱରର ଅଧିକାରୀମାନେ ୧୨୧ଟି ଜାଲ ଆକାଉଣ୍ଟ ଠାବ କରିବା ସହ ସେହି ଆକାଉଣ୍ଟର ଏଟିଏମ୍ କାର୍ଡ, ମୋବାଇଲ୍ ଫୋନ୍, ଉଠାଣ ସ୍ଲିପ୍, ଡିଜିଟାଲ୍ ଡିଭାଇସ୍, ଅନ୍ୟାନ୍ୟ ଆପତ୍ତିଜନକ କାଗଜପତ୍ର ଜବତ କରିଛନ୍ତି। ଏକ ସନ୍ଦିଗ୍ଧ ବାଘ ଚମଡ଼ା, ଯାହା ନିଶ୍ଚିତ ଭାବରେ ବେଆଇନ, ଇଡି ଦ୍ୱାରା ଜବତ କରାଯାଇଥିଲା। ଫାଇନାନ୍ସିଆଲ୍ ଇଣ୍ଟେଲିଜେନ୍ସ ୟୁନିଟ୍ (ଏଫ୍ଆଇୟୁ)ରୁ ‘ମନି ମ୍ୟୁଚର୍ ଆକାଉଣ୍ଟ୍’ ମାମଲାରେ ଅପରେସନ୍ ଆନାଲିସିସ୍ ରିପୋର୍ଟ ମିଳିବା ପରେ ଚଢ଼ାଉ କରାଯାଇଥିଲା ବୋଲି କେନ୍ଦ୍ରୀୟ ଏଜେନ୍ସି ଏକ ବିବୃତିରେ କହିଛି। କ’ଣ ଥିଲା…

Read More