Author: TRUPTIMAYEE SAHOO

PMAY survey: ପର୍ଯ୍ୟାୟକ୍ରମେ ୨୦୨୬ ଜୁନ୍ ସୁଦ୍ଧା ଶେଷ ହେବାକୁ ଥିବା ମେଗା ପାଇପ୍ ପାନୀୟ ଜଳ ପ୍ରକଳ୍ପ ନିର୍ମାଣର ସମୀକ୍ଷା କଲେ ମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମଏୱାଇ) ଅଧୀନରେ ଚାଲିଥିବା ସର୍ଭେ ସମୟରେ ଉପଯୁକ୍ତ ତଥ୍ୟ ସଂଗ୍ରହ କରି ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବାକୁ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଭାଗର କାର୍ଯ୍ୟଦକ୍ଷତା ସମୀକ୍ଷା କରି ମନ୍ତ୍ରୀ କହିଛନ୍ତି ଯେ ମାର୍ଚ୍ଚ ଶେଷ ସପ୍ତାହରେ ଶେଷ ହେବାକୁ ଥିବା ଏହି ସର୍ଭେରେ ସମସ୍ତ ଗାଁ ଓ ବାଦ୍ ପଡ଼ିଥିବା ବ୍ୟକ୍ତିଙ୍କୁ ସାମିଲ କରାଯିବା ଉଚିତ। ରାଜ୍ୟ ସରକାର ଜାନୁଆରି ୨୪ରେ ପିଏମଏୱାଇ ଅଧୀନରେ ସର୍ଭେ ଆରମ୍ଭ କରିଥିଲେ। ଏହା ମାର୍ଚ୍ଚ ୨୪ ପର୍ଯ୍ୟନ୍ତ ଚାଲିବ। ବିଭାଗ ଅଧୀନରେ ଥିବା ଅନ୍ୟାନ୍ୟ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ସମ୍ପର୍କରେ ମଧ୍ୟ ମନ୍ତ୍ରୀ ସମୀକ୍ଷା କରିଥିଲେ। ଗ୍ରାମର ସର୍ବାଙ୍ଗୀନ ବିକାଶ ମାଧ୍ୟମରେ ‘ବିକ୍ଷିତ ଗାଁ,…

Read More