Author: TRUPTIMAYEE SAHOO

Koraput Coffee: ଏହାର ଉତ୍ପାଦନ ଓ ବଜାର ସଂଯୋଗ ବୃଦ୍ଧି ଉପରେ ଗୁରୁତ୍ୱ ଦେବେ ସରକାର ଓଡ଼ିଶାର କୋରାପୁଟ ଜିଲ୍ଲାର ପ୍ରାକୃତିକ ପରିବେଶରେ ଏବେ କଫିର ବିଭିନ୍ନ ସ୍ୱାଦର ଚାଷ କରାଯାଉଛି। ଏହାର ସ୍ୱାଦ ଓ ଗୁଣବତ୍ତା ପାଇଁ ଲୋକମାନେ ଏହାକୁ ଖୁବ୍ ପ୍ରଶଂସା କରୁଥିବା ବେଳେ ଏବେ ଓଡ଼ିଶାର କୋରାପୁଟ କଫି ବିଶ୍ୱ କଫି ମାନଚିତ୍ରରେ ସ୍ଥାନ ପାଇଛି। କୋରାପୁଟ କଫି ଏବେ ରାୟଗଡ଼ା, ଗଜପତି, କଳାହାଣ୍ଡି, କନ୍ଧମାଳ ଓ କେନ୍ଦୁଝରରେ ମଧ୍ୟ ଚାଷ କରାଯାଉଛି। କଫି ବୋର୍ଡ ଅଧ୍ୟକ୍ଷ ଏମ୍ ଜେ ଦିନେଶ ବୁଧବାର ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ବୈଠକରେ କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ କୁମାର ପାଢ଼ୀ ଉପସ୍ଥିତ ରହି ନିଜର ବିଚାରଶୀଳ ମତାମତ ଦେଇଥିଲେ। ବଜାର ସଂଯୋଗ ବୃଦ୍ଧି ଏବଂ ଉତ୍ପାଦନ ବୃଦ୍ଧି ପାଇଁ ନିଆଯାଉଥିବା ପଦକ୍ଷେପ ବିଷୟରେ ମୁଖ୍ୟତ ଆଲୋଚନା…

Read More