Author: TRUPTIMAYEE SAHOO

Congress: ପୂର୍ଣ୍ଣ ସୁରକ୍ଷା ଦୃଷ୍ଟିରୁ ୮୦ ପ୍ଲାଟୁନ୍ ପୁଲିସ ମୁତୟନ ମହିଳାଙ୍କ ପ୍ରତି ବଢୁଥିବା ହିଂସା ଓ ଶିଶୁଙ୍କ ଉପରେ ଅତ୍ୟାଚାର ପ୍ରତିବାଦରେ କଂଗ୍ରେସ ଦଳ ଆଜି ଓଡିଶା ବିଧାନସଭା ଘେରାଉ କରିବାକୁ ଯାଉଛି । ମଙ୍ଗଳବାରଠାରୁ ରାତି ସାରା ଧାରଣା ଜାରି ରହିବା ପରେ ଦଳ ପକ୍ଷରୁ ଆଜି ବିଧାନସଭା ବାହାରେ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଧାନସଭା ପରିସର ଘେରାଉ କରିବେ ବୋଲି ଆଶା କରାଯାଉଛି। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି କମିସନରେଟ୍ ପୁଲିସ ଘେରାଉ ସମୟରେ ପୂର୍ଣ୍ଣ ସୁରକ୍ଷା ଦୃଷ୍ଟିରୁ ୮୦ ପ୍ଲାଟୁନ୍ ପୁଲିସ ମୁତୟନ କରିଛି। କୌଣସି ଅପ୍ରୀତିକର ଘଟଣାକୁ ଏଡ଼ାଇବା ପାଇଁ ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଗୃହ ଭିତରେ ଲଗାତାର ବିଶୃଙ୍ଖଳିତ ଆଚରଣ ଯୋଗୁଁ କଂଗ୍ରେସର ସମସ୍ତ ୧୪ ଜଣ ବିଧାୟକଙ୍କୁ ଏକ ସପ୍ତାହ ପାଇଁ ବିଧାନସଭାରୁ ନିଲମ୍ବିତ କରାଯିବାର ଗୋଟିଏ ଦିନ ପରେ ଏହି ବିକ୍ଷୋଭ କରାଯାଉଛି। ନିଲମ୍ବନ…

Read More