Author: TRUPTIMAYEE SAHOO

Missile: ଏହି କ୍ଷେପଣାସ୍ତ୍ର ପ୍ରଣାଳୀ ଭାରତୀୟ ନୌସେନାର ଶକ୍ତିକୁ ବହୁଗୁଣ ବୃଦ୍ଧି କରିବ: ରକ୍ଷା ମନ୍ତ୍ରୀ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଏବଂ ଭାରତୀୟ ନୌସେନା ବୁଧବାର ମିଳିତ ଭାବେ ସ୍ୱଦେଶୀ ଭାବେ ବିକଶିତ ଭିଏଲ-ଏସଆର-ଏସଏଏମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛନ୍ତି । ସ୍ୱଦେଶୀ ଭାବେ ବିକଶିତ ଏହି କ୍ଷେପଣାସ୍ତ୍ରକୁ ଭୂପୃଷ୍ଠରୁ ଆକାଶ ମାର୍ଗକୁ ଭୂଲମ୍ବ ଭାବେ ନିକ୍ଷେପ କରାଯାଇପାରିବ। ଓଡ଼ିଶା ଉପକୂଳ ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ଘାଟି (ଆଇଟିଆର)ରୁ ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ କ୍ଷେପଣାସ୍ତ୍ର ସଫଳ ଫ୍ଲାଇଟ୍‌ ଟେଷ୍ଟ ବା ଉଡ଼ାଣ ପରୀକ୍ଷଣ କରାଯାଇଥିଲା। ଅତି ସମୀପ ଏବଂ କମ୍‌ ଉଚ୍ଚତାରେ ଦ୍ରୁତ ଗତିରେ ଯାଉଥିବା ଆକାଶମାର୍ଗର ଗୋଟିଏ ଲକ୍ଷ୍ୟକୁ ଭେଦ କରିବା ପାଇଁ ଏହି କ୍ଷେପଣାସ୍ତ୍ରକୁ ଭୂଲମ୍ବ ଭାବେ ମାଟି ଉପରେ ରଖାଯାଇଥିବା ଏକ ଲଞ୍ଚର୍‌ ବା ନିକ୍ଷେପ ଉପକରଣରୁ ଛଡ଼ା ଯାଇଥିଲା। ଏହି କ୍ଷେପଣାସ୍ତ୍ର ପ୍ରଣାଳୀ ସୀମା ସମୀପବର୍ତ୍ତୀ ନିମ୍ନ ଉଚ୍ଚତା ସାମର୍ଥ୍ୟକୁ…

Read More