What's Hot
Author: TRUPTIMAYEE SAHOO
Ex-Supreme Court Judge: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ବିଏନ୍ ଶ୍ରୀକ୍ରିଷ୍ଣା କହିଛନ୍ତି ଯେ ଭାରତରେ ମାନବାଧିକାର ଗଭୀର ସଙ୍କଟରେ ରହିଛି। ଏକ ଜାତୀୟ ସମ୍ମିଳନୀରେ ଯୋଗଦେଇ ସେ ଚେତାବନୀ ଦେଇଛନ୍ତି ଯେ ନ୍ୟାୟିକ ସ୍ୱାଧୀନତା ଏବଂ ଅଭିବ୍ୟକ୍ତିର ସ୍ୱାଧୀନତା ପ୍ରତି ବିପଦ ରହିଛି। ସୁପ୍ରିମକୋର୍ଟ, ହାଇକୋର୍ଟ ଓ ନିମ୍ନ ଅଦାଲତରେ ୫ କୋଟିରୁ ଅଧିକ ମାମଲା ବିଚାରାଧୀନ ଥିବାରୁ ଦେଶରେ ମାନବାଧିକାର ପ୍ରସଙ୍ଗ ଗଭୀର ସଙ୍କଟର ସମ୍ମୁଖୀନ ହେଉଛି ବୋଲି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ବିଏନ୍ ଶ୍ରୀକ୍ରିଷ୍ଣା କହିଛନ୍ତି। ଗଣତାନ୍ତ୍ରିକ ଅଧିକାର ଓ ଧର୍ମନିରପେକ୍ଷତା ସୁରକ୍ଷା କମିଟି (ସିପିଡିଆରଏସ୍) ପକ୍ଷରୁ ଆୟୋଜିତ ଗଣତାନ୍ତ୍ରିକ ଅଧିକାର ଓ ଧର୍ମନିରପେକ୍ଷତା ଉପରେ ଆୟୋଜିତ ଜାତୀୟ ସମ୍ମିଳନୀରେ ଯୋଗଦେଇ ଜଷ୍ଟିସ୍ ଶ୍ରୀକ୍ରିଷ୍ଣା ଏହା କହିଛନ୍ତି। ଦେଶରେ ମାନବିକ ଅଧିକାର ଓ ଧର୍ମନିରପେକ୍ଷତାର ନୀତିର ଉଲ୍ଲଂଘନକୁ ନେଇ ଗଭୀର ଉଦବେଗ ପ୍ରକାଶ କରି ଜଷ୍ଟିସ ଶ୍ରୀକ୍ରିଷ୍ଣା କହିଛନ୍ତି, ନ୍ୟାୟରେ ବିଳମ୍ବ ହେଉଛି ନ୍ୟାୟରୁ ବଞ୍ଚିତ ହେବା। ତେଣୁ…
