Author: TRUPTIMAYEE SAHOO

Dalai Lama: ୬ ଦିନିଆ ଏହି ଯାତ୍ରା କେଞ୍ଜାମଣିଠାରୁ ଆରମ୍ଭ ହୋଇ ଏପ୍ରିଲ ୫ ତାରିଖରେ ତୱାଙ୍ଗର ପୁଙ୍ଗତେଙ୍ଗଠାରେ ଶେଷ ହେବ। ତିବ୍ବତରୁ ପଳାୟନ ସମୟରେ ଚତୁର୍ଦ୍ଦଶ ଦଲାଇ ଲାମାଙ୍କ ଦ୍ୱାରା ନିଆଯାଇଥିବା ମାର୍ଗକୁ ଠାବ କରି ସୋମବାର ଅପରାହ୍ନରେ ୩୦୦ ଜଣିଆ ଭିକ୍ଷୁ, ଗ୍ରାମମୁଖ୍ୟ, ସୀମା ସୁରକ୍ଷା ବାହିନୀର ଯବାନ, ପର୍ଯ୍ୟଟକ ଏବଂ ପଞ୍ଚାୟତିରାଜ ପ୍ରତିଷ୍ଠାନ (ପିଆରଆଇ) ସଦସ୍ୟଙ୍କ ଏକ ଦଳ ଅରୁଣାଚଳ ପ୍ରଦେଶର ଫ୍ରିଡମ୍ ଟ୍ରେଲରୁ ୧୦୦ କିଲୋମିଟର ଯାତ୍ରା ଆରମ୍ଭ କରିଛନ୍ତି। ୧୯୫୯ ମସିହାରେ ତିବ୍ବତୀୟ ଆଧ୍ୟାତ୍ମିକ ଗୁରୁ ଭାରତ-ଚୀନ୍ ସୀମାବର୍ତ୍ତୀ ସହରରେ ପହଞ୍ଚିବା ଦିନକୁ ସ୍ମରଣ କରି ଏହି ଛଅ ଦିନିଆ ଯାତ୍ରା କେଞ୍ଜାମଣିଠାରୁ ଆରମ୍ଭ ହୋଇ ଏପ୍ରିଲ ୫ ତାରିଖରେ ତୱାଙ୍ଗର ପୁଙ୍ଗତେଙ୍ଗଠାରେ ଶେଷ ହେବ। ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ଦଲାଇ ଲାମାଙ୍କ ଦୀର୍ଘାୟୁ କାମନା କରିବା ସହ ସାଧୁ ଓ ଗ୍ରାମବାସୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ…

Read More