Author: TRUPTIMAYEE SAHOO

Jajpur: ଯାଜପୁର ଚଣ୍ଡିଖୋଲରେ ୮୭୪୩ କୋଟି ଟଙ୍କାର ଅଶୋଧିତ ତୈଳ କାରଖାନା ସମେତ ୧.୦୩ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହା ଦ୍ୱାରା ୪ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ଭାରତର ଶକ୍ତି ନିରାପତ୍ତା ବୃଦ୍ଧି ପାଇବ। ଯାଜପୁର ଜିଲ୍ଲା ଚଣ୍ଡିଖୋଲଠାରେ ଦୀର୍ଘ ଦିନ ଧରି ଅଟକି ରହିଥିବା ୮୭୪୩ କୋଟି ଟଙ୍କାର ଅଶୋଧିତ ତୈଳ ଭଣ୍ଡାର ସମେତ ୧.୦୩ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରତିଶ୍ରୁତି ହାସଲ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ନୂଆଦିଲ୍ଲୀରେ ଦୁଇ ଦିନିଆ ପୁଞ୍ଜିନିବେଶ ଶିଖର ସମ୍ମିଳନୀ ଶେଷ କରିଛନ୍ତି। ଜମି ବିବାଦ ଓ ପ୍ରତିବନ୍ଧକ କାରଣରୁ ଦୀର୍ଘ ୭ ବର୍ଷ ଧରି ଅଟକି ରହିଥିବା ଏହି ପ୍ରକଳ୍ପ ନିର୍ମାଣ ପାଇଁ ରାଜ୍ୟ ସରକାର ୬୦୦ ଏକର ସରକାରୀ ଜମି ଆବଣ୍ଟନ କରିବା ପରେ ଏବେ ଏହା ଆଗକୁ ବଢ଼ିବାକୁ ଯାଉଛି। ଚଣ୍ଡିଖୋଲ…

Read More