Author: TRUPTIMAYEE SAHOO

Similipal: ଏପର୍ଯ୍ୟନ୍ତ ଭିତରକନିକା ରାଜ୍ୟର ଏକମାତ୍ର ଜାତୀୟ ଉଦ୍ୟାନର ମାନ୍ୟତା ପାଇଥିଲା। ଦୀର୍ଘ ଦଶନ୍ଧିର ପ୍ରତୀକ୍ଷା ପରେ ଶିମିଳିପାଳକୁ ଜାତୀୟ ଉଦ୍ୟାନର ମାନ୍ୟତା ପ୍ରଦାନ କରାଯାଇଛି। ଶିମିଳିପାଳ ଦକ୍ଷିଣ ଓ ଶିମିଳିପାଳ ଉତ୍ତର ଡିଭିଜନର ୧୧ଟି ରେଞ୍ଜରେ ଥିବା ୮୪୫.୭୦ ବର୍ଗ କିଲୋମିଟର ଅଞ୍ଚଳକୁ ଜାତୀୟ ଉଦ୍ୟାନ ଭାବେ ଘୋଷଣା କରାଯାଇ ରାଜ୍ୟର ଭିତରକନିକା ପରେ ଏହା ଦ୍ୱିତୀୟ ସଂରକ୍ଷିତ ଅଞ୍ଚଳ ଭାବେ ଜାତୀୟ ଉଦ୍ୟାନ ଭାବେ ଘୋଷଣା କରାଯାଇଛି। ଏ ନେଇ ଘୋଷଣା କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଶିମିଳିପାଳ ଏବେ ଦେଶର ୧୦୭ତମ ଜାତୀୟ ଉଦ୍ୟାନ। ଏହା ୮୪୫.୭୦ ବର୍ଗ କିଲୋମିଟର ବିଶିଷ୍ଟ ଓଡ଼ିଶାର ସର୍ବବୃହତ ଜାତୀୟ ଉଦ୍ୟାନ। ସଂରକ୍ଷଣ ଦିଗରେ ଏହା ଏକ ଐତିହାସିକ ପଦକ୍ଷେପ ଏବଂ ‘ବିକଶିତ ଭାରତ ଓ ବିକଶିତ ଓଡ଼ିଶା’ର ଲକ୍ଷ୍ୟ ବୋଲି ପ୍ରଶଂସା କରି ଶ୍ରୀ ମାଝୀ କହିଛନ୍ତି, ଏହି ବହୁ ପ୍ରତୀକ୍ଷିତ ଘୋଷଣା ଆମର ପରିବେଶ ପରମ୍ପରାକୁ…

Read More