Author: TRUPTIMAYEE SAHOO

US: ସଶସ୍ତ୍ର ସଂଘର୍ଷର ସମ୍ଭାବନା ଥିବାରୁ ଭାରତ-ପାକିସ୍ତାନ ସୀମାର ୧୦ କିଲୋମିଟର ମଧ୍ୟରେ ନଯିବାକୁ ଆମେରିକା ତା’ର ନାଗରିକମାନଙ୍କୁ କହିଛି। ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ଏବଂ ସମ୍ଭାବ୍ୟ ହିଂସାତ୍ମକ ବେସାମରିକ ଅଶାନ୍ତିକୁ ଦୃଷ୍ଟିରେ ରଖି ଆମେରିକା ଜମ୍ମୁ-କାଶ୍ମୀର ପାଇଁ ‘ଡୁ ନଟ ଟ୍ରାଭେଲ୍’ ଆଡଭାଇଜରି ଜାରି କରିଛି। କାଶ୍ମୀରର ପହଲଗାମରେ ଆତଙ୍କବାଦୀମାନେ ଗୁଳିଚଳାଇ ୨୬ ଜଣଙ୍କୁ ହତ୍ୟା କରିବାର ଗୋଟିଏ ଦିନ ପରେ ବୁଧବାର ଦିନ ସମସ୍ତ ଆମେରିକୀୟ ନାଗରିକଙ୍କ ପାଇଁ ଆଡଭାଇଜରୀ ଚେତାବନୀ ଜାରି କରାଯାଇଛି, ଯାହା କି ୨୦୧୯ ରେ ପୁଲୱାମା ଆକ୍ରମଣ ପରେ ଉପତ୍ୟକାରେ ହୋଇଥିବା ସବୁଠାରୁ ଭୟଙ୍କର ଆକ୍ରମଣ। କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ଓ ହିଂସାତ୍ମକ ନାଗରିକ ଅଶାନ୍ତି ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ରାଜ୍ୟକୁ ଯାତ୍ରା କରନ୍ତୁ ନାହିଁ (ପୂର୍ବ ଲଦାଖ ଅଞ୍ଚଳ ଏବଂ ଏହାର ରାଜଧାନୀ ଲେହ ଗସ୍ତବ୍ୟତୀତ)। ଭାରତ ଓ ପାକିସ୍ତାନ ମଧ୍ୟରେ ନିୟନ୍ତ୍ରଣ ରେଖା (ଏଲଓସି)…

Read More