Author: TRUPTIMAYEE SAHOO

Pahalgam : ବହୁ ଚର୍ଚ୍ଚିତ ପର୍ଯ୍ୟଟନସ୍ଥଳୀ ପହଲଗାମ ଏକ ଭୂତ ସହର ପରି ଦେଖାଯାଉଛି, ଯେଉଁଠାରେ କେବଳ ସୁରକ୍ଷା ବାହିନୀର ଗମନାଗମନ ଏବଂ ବେଳେବେଳେ ଘରୋଇ ଗାଡି ଏବଂ କ୍ୟାବ୍ ଚଳାଚଳ କରୁଛି। ପର୍ଯ୍ୟଟକ ଓ ପର୍ଯ୍ୟଟନ ସମ୍ବନ୍ଧୀୟ କାର୍ଯ୍ୟକଳାପରେ ବ୍ୟସ୍ତ ଥିବା ଜମ୍ମୁ-କାଶ୍ମୀରର ପ୍ରିୟ ପହଲଗାମ୍ ପର୍ଯ୍ୟଟନ ରିସର୍ଟରେ ମଙ୍ଗଳବାର ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଜଣେ ସ୍ଥାନୀୟ ବ୍ୟକ୍ତିଙ୍କ ସମେତ ଅତି କମରେ ୨୬ ଜଣଙ୍କ ମୃତ୍ୟୁ ଘଟିବା ପରେ ଏବେ ସେଠାରେ ଜନଶୂନ୍ୟ ପରିବେଶ ଦେଖିବାକୁ ମିଳିଛି। ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ମଧ୍ୟାହ୍ନ ଭୋଜନ କିମ୍ବା ରାତ୍ରୀ ଭୋଜନ କରିବାକୁ ସମୟ ନଥିବା ହୋଟେଲ ବ୍ୟବସାୟୀ ଓ ଢାବାବାଲାମାନେ ଏବେ ଅନ୍ଧାର ଭବିଷ୍ୟତକୁ ଚାହିଁ ବସିଛନ୍ତି। ବହୁ ଚର୍ଚ୍ଚିତ ପର୍ଯ୍ୟଟନସ୍ଥଳୀ ପହଲଗାମ୍ ଗୁରୁବାର ଏକ ଭୂତ ସହର ପରି ଦେଖାଯାଉଥିଲା, ଯେଉଁଠାରେ କେବଳ ସୁରକ୍ଷା ବାହିନୀର ଗମନାଗମନ ଏବଂ ବେଳେବେଳେ ଘରୋଇ ଯାନବାହନ ଏବଂ କ୍ୟାବ୍ ଚଳାଚଳ…

Read More