Author: TRUPTIMAYEE SAHOO

ଇତି ମଧ୍ୟରେ ରାଜ୍ୟର ବିଭିନ୍ନ କଲେଜରେ ସ୍ନାତକ ଓ ସ୍ନାତକୋତ୍ତର ପାଠପଢ଼ା ଆରମ୍ଭ ହୋଇଛି। ହେଲେ ନାମଲେଖା ପ୍ରକ୍ରିୟା ସରିପାରିନି । ପ୍ରଥମ ପର୍ଯ୍ୟାୟର ୩ଟି ରାଉଣ୍ଡ ନାମଲେଖା ପରେ ମଧ୍ୟ ସ୍ନାତକୋତ୍ତରରେ ପ୍ରାୟ ୧୨ହଜାର ୭ ଶହ ଏବଂ ସ୍ନାତକରେ ପ୍ରାୟ ୫୦ ପ୍ରତିଶତ ସିଟ୍ ଫାଙ୍କା ପଡ଼ିଛି । ଫଳରେ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଆଶାଜନକ ହୋଇପାରିନି । ସ୍ନାତକ ପଢ଼ିବାକୁ ମୋଟ୍ ୨ଲକ୍ଷ ୭୪ହଜାର ୧୭୩ ସିଟ୍ ଥ‌ିବା ବେଳେ ଏହାଠାରୁ ପ୍ରାୟ ୧୬ହଜାର କମ ପିଲା ଆବେଦନ କରିଛନ୍ତି । ତନ୍ମଧ୍ୟରୁ ଦ୍ଵିତୀୟ ରାଉଣ୍ଡ ନାମଲେଖା ଶେଷସୁଦ୍ଧା ମାତ୍ର ୧ଲକ୍ଷ ୯ ହଜାର ୪ଶହ ଜଣ ନାମ ଲେଖାଇଥିଲେ। ତୃତୀୟ ରାଉଣ୍ଡ ନାମଲେଖା ପାଇଁ ଆଉ ୪୯,୮୧୮ ପିଲା ଚୟନ ହୋଇଥିଲେ ମଧ୍ୟ ନାମଲେଖା ୫୦% ଛୁଇଁ ପାରିନି । ଆଶାଜନକ ନାମଲେଖା ହେଉନଥ‌ିବାରୁ ସ୍ପଟ୍ ନାମଲେଖା ପାଇଁ ଗାଇଡ୍‌ଲାଇନ୍‌ରେ ପରିବର୍ତ୍ତନ କରି ସମସ୍ତଙ୍କୁ ସୁଯୋଗ…

Read More