Author: TRUPTIMAYEE SAHOO

ରକ୍ଷା ମନ୍ତ୍ରାଳୟ ଆଗାମୀ ପିଢ଼ୀର ଯୁଦ୍ଧ ବିମାନ ଇଞ୍ଜିନ ନିର୍ମାଣ ପାଇଁ ଫ୍ରାନ୍ସ ସହିତ ମିଳିତ ଭାବେ ଭାରତରେ କାର୍ଯ୍ୟ କରିବାକୁ ସୁପାରିଶ କରିଛି । ଏହା ଏକ ବୃହତ ପ୍ରକଳ୍ପ । ଏହା ଦ୍ୱାରା ଭାରତରେ ଆଧୁନିକ ପ୍ରଯୁକ୍ତି ଆସିବ ଏବଂ ଦେଶ ଆତ୍ମନିର୍ଭର ହେବ । ସୂତ୍ରରୁ ଜଣାପଡିଛି ଯେ ଏହି ବିଷୟରେ ଅନେକ ଲୋକଙ୍କ ସହ ଆଲୋଚନା ହୋଇଛି । ବୈଶୟିକ ବିଶେଷଜ୍ଞଙ୍କ ଏକ କମିଟି ମଧ୍ୟ ଯୁଦ୍ଧ ବିମାନ ଇଞ୍ଜିନ ନିର୍ମାଣର ସମସ୍ତ ଦିଗକୁ ଗଭୀର ଭାବେ ବିଚାର କରିଛି । ଏହାପରେ ନିଷ୍ପତ୍ତି ନିଆଗଲା ଯେ ଫ୍ରାନ୍ସ ସହିତ ମିଳିତ ଭାବେ କାର୍ଯ୍ୟ କରିବା ଭାରତ ପାଇଁ ଅଧିକ ଲାଭଦାୟକ ହେବ । ୬୧,୦୦୦ କୋଟି ଟଙ୍କାର ଏହି ପ୍ରକଳ୍ପରେ ଭାରତ ଓ ଫ୍ରାନ୍ସ ମିଳିତ ଭାବେ ୧୨୦ କିଲୋନିଉଟନ (kn) ଶକ୍ତିର ଯୁଦ୍ଧ ବିମାନ ଇଞ୍ଜିନ ନିର୍ମାଣ କରିବେ । ଭାରତରେ ଯୁଦ୍ଧ…

Read More