Author: TRUPTIMAYEE SAHOO

ରାଜ୍ୟ ରାଜନୀତିର ପାୱାର କରିଡରରେ ଏବେ ଜୋରଦାର ହଲଚଲ ହେବାର ଅନୁଭବ ହେଉଛି । ଲାଗୁଛି ଆଗକୁ କିଛି ବଡ ଯୋଜନା ଚାଲିଛି । ତାକୁ ତନାଘନା ମଧ୍ୟ ଜୋରଦାର ହେଉଛି । ଜଣକ ପରେ ଜଣେ ମନ୍ତ୍ରୀଙ୍କୁ ଭେଟୁଛନ୍ତି ମହାମହିମ ରାଜ୍ୟପାଳ ହରିବାବୁ କମ୍ଭମପଟି । ଗତ ମଙ୍ଗଳବାର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି ରାଜସ୍ୱ ଓ ବିପର‌୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଭେଟିଛନ୍ତି । ସୋମବାର ରାଜ୍ୟପାଳଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭେଟିଥିଲେ ଓ ପରେ ବିଳମ୍ବିତ ସଂଧାରେ ରାଜ୍ୟପାଳ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ବାସଭବନକୁ ଯାଇ ତାଙ୍କୁ ଭେଟିଥିଲେ । ମଙ୍ଗଳବାର ହଠାତ ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କୁ ଭେଟିଛନ୍ତି । ପୂଜାରୀଙ୍କ ସହିତ ତାଙ୍କ ପତ୍ନୀ ମଧ୍ୟ ଏହି ଆଲୋଚନା କାଳରେ ଉପସ୍ଥିତ ରହିଥିଲେ । କିନ୍ତୁ ଏସବୁ ଭିତରେ ସଭିଏଁ ସୌଜନ୍ୟ ମୁଳକ ସାକ୍ଷାତ ବା ସେମାନଙ୍କ ବିଭାଗ…

Read More