Author: TRUPTIMAYEE SAHOO

ସହରଗୁଡ଼ିକରେ ଯାତାୟାତକୁ ସହଜ କରିବା ଏବଂ ଶିଳ୍ପ ସଂଯୋଗକୁ ପ୍ରୋତ୍ସାହନ ଦେବା ପାଇଁ ଓଡ଼ିଶା ସରକାର ସାରା ରାଜ୍ୟରେ ନୂତନ ପରିବହନ କରିଡର ଏବଂ ବାଇପାସ୍ ରାସ୍ତା ନିର୍ମାଣ ପାଇଁ ଏକ ଉଚ୍ଚାଭିଳାଷୀ ପ୍ରକଳ୍ପ ଉପରେ ବିଚାର କରୁଛନ୍ତି । ସହରାଞ୍ଚଳ, ଶିଳ୍ପ କ୍ଷେତ୍ର ଏବଂ ପର୍ଯ୍ୟଟକ ଆକର୍ଷଣକୁ ସଂଯୋଗ କରୁଥିବା ଏକ ସହଜ ନେଟୱାର୍କ ପ୍ରତିଷ୍ଠା କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ସରକାରୀ ପରିସଂଖ୍ୟାନ ଅନୁଯାୟୀ, ବର୍ତ୍ତମାନ ୪୮ କିଲୋମିଟର ବ୍ୟାପୀ ୧୦ଟି ବାଇପାସ୍ ରାସ୍ତା ନିର୍ମାଣାଧୀନ ରହିଛି ଏବଂ ମୋଟ ୩୨ କିଲୋମିଟର ବିଶିଷ୍ଟ ଅତିରିକ୍ତ ୬ଟି ବାଇପାସ୍ ଏହି ଆର୍ଥିକ ବର୍ଷ ପାଇଁ ଅନୁମୋଦନ ପାଇଛି, ଯାହାର ମୋଟ ବଜେଟ୍ ପାଖାପାଖି ୧୭୭୦ କୋଟି ଟଙ୍କା । ଢେଙ୍କାନାଲ୍, ବ୍ରହ୍ମପୁର, ଝାରସୁଗୁଡ଼ା, ଭବାନୀପାଟନା, କେନ୍ଦ୍ରାପଡ଼ା, କେନ୍ଦୁଝର, ଭୁବନେଶ୍ୱର ଏବଂ ଖୋର୍ଦ୍ଧା ଅବସ୍ଥିତ ଏହି ବାଇପାଗୁଡ଼ିକ ସହରଗୁଡ଼ିକରେ ଭିଡ଼ ହ୍ରାସ କରିବା, ଯାତ୍ରା ସମୟ…

Read More