Author: TRUPTIMAYEE SAHOO

ଉଡ଼ାଣ ସମୟରେ ୬ଟି ବିମାନର ଇଞ୍ଜିନ ବନ୍ଦ, ୩ଟିକୁ ମେଡେ କଲ୍ କରିବାକୁ ପଡିଲା, ୨୦୨୫ର ଅଧା ଏବେ ବି ବାକି ଅଛି । ଏହି ସଂଖ୍ୟାରେ ଲଣ୍ଡନ ଗାଟୱିକ୍ ଯାଉଥିବା ଏୟାର ଇଣ୍ଡିଆର AI 171 ବିମାନ ମଧ୍ୟ ଅନ୍ତର୍ଭୁକ୍ତ । ଜୁନ୍ ୧୨ତାରିଖରେ ଅହମ୍ମଦାବାଦରୁ ଉଡ଼ାଣ ଭରିବା ପରେ ଏହି ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ଏକ କୋଠା ସହିତ ଧକ୍କା ହୋଇଥିଲା । ଆସନ୍ତୁ ଆଲୋଚନା କରିବା ଚଳିତ ବର୍ଷର ବିଗତ ୭ମାସ ମଧ୍ୟରେ କେତେ ବିମାନ ଖରାପ ଓ ଦୁର୍ଘଟଣା ହୋଇଛି, ସେ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ସଂସଦକୁ କ’ଣ ସୂଚନା ଦେଇଛନ୍ତି । ଚଳିତ ବର୍ଷ, ଭାରତର ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ସୁରକ୍ଷାକୁ ନେଇ କିଛି ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ସୂଚନା ଅନୁଯାୟୀ, ଏହି ବର୍ଷ ଏପର୍ଯ୍ୟନ୍ତ ୬ଟି ବିମାନ ଇଞ୍ଜିନ୍ ବନ୍ଦ ହେବା ଏବଂ ୩ଟି ମେଡେ…

Read More