Author: TRUPTIMAYEE SAHOO

ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ନୁହେଁ, ବଲ୍ଲଭଭାଇ ପଟେଲ ହେବା ଉଚିତ ଥିଲା। ସେତେବେଳେ ହୋଇଥିବା ନିର୍ବାଚନରେ ନେହେରୁଙ୍କ ଅପେକ୍ଷା ପଟେଲଙ୍କୁ ଅଧିକ ଭୋଟ ମିଳିଥିଲା। କିନ୍ତୁ ନେହେରୁ ପଟେଲଙ୍କୁ ପ୍ରଧାନମନ୍ତ୍ରୀ ହେବାରୁ ଅଟକାଇ ଦେଇଥିଲେ। ସୋସିଆଲ ମିଡିଆ ଏବଂ ସାର୍ବଜନିକ ଆଲୋଚନାରେ ଏହା ଏକ ଜୋରଦାର ବିତର୍କର ବିଷୟ ହୋଇ ରହିଛି। ଅନେକ ପୋଷ୍ଟ ଏବଂ ଲେଖାରେ ଦାବି କରାଯାଏ ଯେ ନେହେରୁ ‘କ୍ଷମତାର ଲୋଭ’ରେ ମହାତ୍ମା ଗାନ୍ଧୀଙ୍କ ଉପରେ ଚାପ ପକାଇ ଅନୁଚିତ ଭାବେ ପ୍ରଧାନମନ୍ତ୍ରୀ ପଦ ହାସଲ କରିଥିଲେ। କେହି କେହି ଏହା ମଧ୍ୟ କାହନ୍ତି ଯେ ଇଂରେଜମାନେ ନେହେରୁଙ୍କୁ ପସନ୍ଦ କରୁଥିଲେ, ତେଣୁ ତାଙ୍କୁ କ୍ଷମତା ହସ୍ତାନ୍ତର କରାଯାଇଥିଲା। ଏକ ଯୁକ୍ତି ଏହା ମଧ୍ୟ ଦିଆଯାଏ ଯେ ନେହେରୁ ଜଣେ ରସିକ ଏବଂ ଭାବନାତ୍ମକ ଦୃଷ୍ଟିରୁ ଦୁର୍ବଳ ବ୍ୟକ୍ତି ଥିଲେ। ଏପରି ବ୍ୟକ୍ତି କେବେ ଭଲ ଶାସକ ହୋଇପାରନ୍ତି ନାହିଁ। ପଟେଲ ଜଣେ ଦୃଢ଼…

Read More