Author: TRUPTIMAYEE SAHOO

ଇତି ମଧ୍ୟରେ ବର୍ଷେ ପୂରିବାକୁ ବସିଲାଣି । ହେଲେ ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ହୋଇପାରୁନି। ଏହାକୁ ନେଇ କଳ୍ପନା ଜଳ୍ପନା ଚାଲିଥିବା ବେଳେ ଆସନ୍ତା ଗୋଟିଏ ସପ୍ତାହ ଭିତରେ ନୂଆ କମିଟି ଗଠନ ହେବ ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । କମିଟି ନଥିବାରୁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତ ନିଆଯାଇ ପାରୁନି। ଶ୍ରୀଜୀଉଙ୍କ ନୀତିକାନ୍ତିରେ ଶୃଙ୍ଖଳା ଆଣିବାକୁ ରହିଥିବା ପ୍ରସ୍ତାବ ଉପରେ ମୋହର ବାଜି ପାରୁନାହିଁ। ତା’ ସହିତ ଭକ୍ତଙ୍କ ସୁରକ୍ଷା, ଶ୍ରୀମନ୍ଦିର ସୁରକ୍ଷା ସହ ଶ୍ରୀମନ୍ଦିର ଆଇନରେ ସଂଶୋଧନ ଭଳି ଅନେକ ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବ ଅଟକି ରହିଛି। କମିଟି ଗଠନ ହେଲେ ଏହି ସବୁ ପ୍ରକ୍ରିୟା ତ୍ୱରାନ୍ୱିତ ହେବ ବୋଲି ସେ ସୂଚନା ଦେଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ପରିଚାଳନା କମିଟି ଗଠନ ନେଇ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି । କମିଟି ଗଠନ ପରେ ରତ୍ନଭଣ୍ଡାରର ଅଳଙ୍କାର ଗଣତି କରାଯିବ । ଆଗାମୀ ରଥଯାତ୍ରା…

Read More