Author: TRUPTIMAYEE SAHOO

ବୁଧବାର ଦିନ ସୁପ୍ରିମକୋର୍ଟ କହିଛନ୍ତି ଯେ ନିର୍ବାଚିତ ସରକାରଗୁଡ଼ିକ ରାଜ୍ୟପାଳଙ୍କ ଇଚ୍ଛାରେ ଚାଲିପାରିବେ ନାହିଁ । ଯଦି ରାଜ୍ୟ ବିଧାନସଭା ଦ୍ୱାରା କୌଣସି ବିଲ୍ ଗୃହୀତ ହୁଏ ଏବଂ ଦ୍ୱିତୀୟ ଥର ପାଇଁ ରାଜ୍ୟପାଳଙ୍କ ନିକଟକୁ ଆସେ , ତେବେ ରାଜ୍ୟପାଳ ଏହାକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇପାରିବେ ନାହିଁ । ସମ୍ବିଧାନର ଧାରା ୨୦୦ ଅନୁଯାୟୀ, ରାଜ୍ୟପାଳଙ୍କ ପାଖରେ ଚାରୋଟି ବିକଳ୍ପ ଅଛି – ବିଲ୍ ଅନୁମୋଦନ କରିବା, ଅନୁମୋଦନ ସ୍ଥଗିତ ରଖିବା, ରାଷ୍ଟ୍ରପତିଙ୍କ ନିକଟକୁ ପଠାଇବା କିମ୍ବା ପୁନଃବିଚାର ପାଇଁ ବିଧାନସଭାକୁ ଫେରାଇବା । କିନ୍ତୁ ଯଦି ବିଧାନସଭା ପୁନର୍ବିଚାର ପାଇଁ ସମାନ ବିଲ୍ ପାସ୍ କରେ, ତେବେ ରାଜ୍ୟପାଳଙ୍କୁ ଏହାକୁ ଅନୁମୋଦନ କରିବାକୁ ପଡ଼ିବ। CJI ବିଆର ଗାଭାଇଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ଖଣ୍ଡପୀଠ କହିଛନ୍ତି ଯେ ଯଦି ରାଜ୍ୟପାଳ ପୁନଃବିଚାର ବିନା ଅନୁମୋଦନକୁ ରୋକି ଦିଅନ୍ତି, ତେବେ ନିର୍ବାଚିତ ସରକାରଗୁଡ଼ିକ ରାଜ୍ୟପାଳଙ୍କ ଇଚ୍ଛା ଉପରେ ନିର୍ଭରଶୀଳ…

Read More