Author: TRUPTIMAYEE SAHOO

୧୯୪୬ ମସିହା ଏପ୍ରିଲ ୨୩ ତାରିଖରେ ହରେକୃଷ୍ଣ ମହତାବ ଓଡ଼ିଶାର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲେ । ତା ସହିତ ଗୋଟିଏ ମନ୍ତ୍ରୀମଣ୍ଡଳ ବି ସେ ଗଠନ କରିଥିଲେ। ୧୯୫୦ ମସିହା ଜାନୁଆରୀ ମାସ ୨୬ ତାରିଖ ଯାଏଁ ପ୍ରଧାନମନ୍ତ୍ରୀ ପଦରେ ସେ ରହିଥିଲେ । ତା ପରଠାରୁ ମୁଖ୍ୟମନ୍ତ୍ରୀ ବୋଲାଇଲେ। ବ୍ରିଟିଶ ଅଧୀନରେ ଥିବା ପ୍ରଦେଶଗୁଡ଼ିକୁ ଗଭର୍ଣ୍ଣମେଣ୍ଟ ଅଫ ଇଣ୍ଡିଆ ଆକ୍ଟ ୧୯୩୫ ବା ଭାରତ ସରକାର ଆଇନ ସୀମିତ ସ୍ୱାୟତ୍ତତା ପ୍ରଦାନ କରିଥିଲା। ଫଳରେ ନିର୍ବାଚିତ ପ୍ରତିନିଧିମାନେ ନିଜ ସରକାର ଗଠନ କରିବାକୁ ଆରମ୍ଭ କଲେ। ଓଡିଶାରେ ଜଣେ “ପ୍ରଧାନମନ୍ତ୍ରୀ”ଙ୍କ ନେତୃତ୍ୱରେ ସରକାର ଗଠନ ହୋଇଥିଲା। କେବଳ ଓଡିଶା ନୁହେଁ, ଅନେକ ବ୍ରିଟିଶ-ଭାରତୀୟ ପ୍ରଦେଶରେ ମଧ୍ୟ “ପ୍ରଧାନମନ୍ତ୍ରୀ” ଉପାଧି ବ୍ୟବହୃତ ହେଉଥିଲା ଯେପରି କି ବଙ୍ଗଳା ଓ ପଞ୍ଜାବ । ଏହା ଔପନିବେଶିକ- ପ୍ରଶାସନିକ ଭାଷାର ଏକ ପ୍ରତିଫଳନ ମାତ୍ର ଥିଲା। ପ୍ରାଦେଶିକ ସରକାରଙ୍କ ମୁଖ୍ୟଙ୍କୁ ବ୍ରିଟିଶମାନେ…

Read More