Author: TRUPTIMAYEE SAHOO

ଦିନକୁ ଦିନ ବିଜେଡି ଭିତରେ ବଢ଼ୁଥିବା ଅସନ୍ତୋଷ ପଦାକୁ ବାହାରୁଥିବା ଭଳି ମନେ ହେଉଛି । ଏବେ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଠଗଡ଼ରେ ଏକ କାର୍ଯ୍ୟକ୍ରମରେ ଭାଷଣ ଛଳରେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି । ରବିବାର ଆଠଗଡ଼ରେ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପରୋକ୍ଷରେ ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି । ଯାହା ଦ୍ୱାରା  ବିଜୁ ଜନତା ଦଳ (ବିଜେଡି) ଭିତରେ ଫାଟ ବୃଦ୍ଧି ପାଇବା ପରି ମନେ ହେଉଛି। ସମାବେଶକୁ ସମ୍ବୋଧିତ କରିବା ସମୟରେ, ସ୍ୱାଇଁ ପାଣ୍ଡିଆନଙ୍କ ସାମ୍ପ୍ରତିକ ମନ୍ତବ୍ୟ ଆଇ ଆମ୍ ଡାଉନ୍, ବଟ୍ ନଟ୍ ଆଉଟ୍’ ବୋଲି ଯାହା ପାଣ୍ଡିଆନ କିଛି ଦିନ ପୂର୍ବେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ସମୟରେ କହିଥିଲେ, ସେ ପ୍ରତି ଏକ ସୂକ୍ଷ୍ମ ଉଲ୍ଲେଖ କରିଥିଲେ । ଯଦିଓ ସ୍ଵାଇଁ ସିଧାସଳଖ ପାଣ୍ଡିଆନଙ୍କ…

Read More