Author: TRUPTIMAYEE SAHOO

ଅପରେସନ ସିନ୍ଦୁର ସମୟରେ ଭାରତ ବିରୋଧରେ ଏକତରଫା ନକାରାତ୍ମକ ରିପୋର୍ଟିଂ କରୁଥିବା ଆମେରିକୀୟ ମିଡ଼ିଆରେ ଏସସିଓ ଶିଖର ସମ୍ମେଳନର କଭରେଜରେ ବେଶ ବିବ୍ରତ ଦେଖାଯାଉଛି। ଆମେରିକାର ଅନେକ ଖବରକାଗଜ ଏବଂ ବିଶେଷଜ୍ଞମାନେ ଡୋନାଲ୍ଡ ଟ୍ରମ୍ପଙ୍କୁ ଭାରତ-ଆମେରିକା ସମ୍ପର୍କ ନଷ୍ଟ କରିବାର ଅଭିଯୋଗ ଲଗାଉଛନ୍ତି। ସିଏନଏନ, ନ୍ୟୁୟର୍କ ଟାଇମ୍ସ, ବ୍ଲୁମବର୍ଗ ପରି ଅଧିକାଂଶ ଖବରକାଗଜରେ ଲେଖାଯାଇଛି ଯେ ଡୋନାଲ୍ଡ ଟ୍ରମ୍ପ ୨୫ ବର୍ଷର ପରିଶ୍ରମକୁ ନଷ୍ଟ କରି ଭାରତକୁ ଏକ ଝଟକାରେ ଚୀନ ଓ ରୁଷିଆର ଶିବିରରେ ଠିଆ କରାଇଛନ୍ତି। ଆମେରିକୀୟ ମିଡ଼ିଆର ଏକ ବଡ଼ ଅଂଶ ଏହି ସମ୍ମେଳନକୁ ନେଇ ଏକ ଚିନ୍ତା ପ୍ରକାଶ କରୁଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ରୁଷିଆ ଓ ଚୀନ ସହ ନିକଟତାର ଅର୍ଥ କ’ଣ ଭାରତ ଧୀରେ ଧୀରେ ୱାଶିଂଟନଠାରୁ ଦୂରେଇ ଯାଉଛି? ଆମେରିକୀୟ ବିଶେଷଜ୍ଞ ମାଇକେଲ କୁଲେଗମାନ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି ଯେ “ଚୀନରେ ଏହି ସପ୍ତାହରେ ହେଉଥିବା ଏସସିଓ…

Read More