Author: TRUPTIMAYEE SAHOO

ରବିବାର ଦିନ ସ୍ୱାୟତ୍ତ ଶାସନ ଦିବସ ଅବସରରେ ଭୁବନେଶ୍ଵର ମହାନଗର ନିଗମ ତରଫରୁ ଦିନତମାମ କାର୍ଯ୍ୟକ୍ରମ ଚାଲିଥିଲା । ସକାଳୁ ବିଏମ୍‌ସି କାର୍ଯ୍ୟଳୟରେ ପତାକା ଉତ୍ତୋଳନ ସହ ବିଭିନ୍ନ ପ୍ରକଳ୍ପର ଆରମ୍ଭ ଓ ଲୋକାର୍ପଣ ଏବଂ ସନ୍ଧ୍ୟାରେ ଜୟଦେବ ଭବନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସହରର ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କୁ ନିୟନ୍ତ୍ରଣ ପତ୍ର ବି ପଠାଯାଇଥିଲା। ସେଥିରେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ମଧ୍ୟ ଭୁବନେଶ୍ୱର ବିଧାୟକ ତଥା ବିଏମ୍‍ସିର ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା, ଉତ୍ତର ଭୁବନେଶ୍ଵର ବିଧାୟକ ସୁଶାନ୍ତ କୁମାର ରାଉତ, ଏକାମ୍ର ଭୁବନେଶ୍ଵର ବିଧାୟକ ବାବୁ ସିଂ, ଜଟଣୀ ବିଧାୟକ ବିଭୂତି ବଳବକରାୟ, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଡେପୁଟି ମେୟର ଲଲିତା କହଁରଙ୍କ ନାମ ଅତିଥି ତାଲିକାରେ ଯଥାକ୍ରମେ ଉପରୁ ତଳ ପର୍ଯ୍ୟନ୍ତ ରହିଥିଲା। ଉଭୟ ସକାଳ ଓ ସନ୍ଧ୍ୟାରେ ଅନୁଷ୍ଠିତ କାର୍ଯ୍ୟକ୍ରମର ଅତିଥି ତାଲିକାରେ ଏମାନଙ୍କ ନାମ ରହିଥିଲେ ମଧ୍ୟ ସାଂସଦ ଅପରାଜିତା…

Read More