Author: TRUPTIMAYEE SAHOO

ଆଗାମୀ ବିହାର ଓ ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଆଜି ବିଜେପି ନିଜ ଦଳର ସାଂସଦ ଏବଂ କେନ୍ଦ୍ରମନ୍ତ୍ରୀମାନଙ୍କୁ ବଡ଼ ଦାୟିତ୍ୱ ଦେଇଛି। ଆସନ୍ତାବର୍ଷ ହେବାକୁ ଥିବା ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ବରିଷ୍ଠ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ନିର୍ବାଚନୀ ପ୍ରଭାରୀ ଭାବେ ବିଜେପି ନିଯୁକ୍ତ କରିଛି। ଦିଲ୍ଲୀ ବିଧାନସଭା ନିର୍ବାଚନ ବେଳେ ବିଜେପିଶ୍ରୀ ପଣ୍ଡାଙ୍କୁ ସେଠାରେ ପ୍ରଭାରୀ ଓ ସଂଗଠନ ଇନଚାର୍ଜ ଭାବେ ନିଯୁକ୍ତ କରିଥିଲା। ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ୁଥିବା ବିଜେପି ଦୀର୍ଘ ୧୫ ବର୍ଷ ପରେ ଦିଲ୍ଲୀ ଦଖଲ କରିବାକୁ ସକ୍ଷମ ହୋଇଥିଲା। ସେହିପରି ଉତ୍ତର ପ୍ରଦେଶ ଓ ଆସାମର ସଂଗଠନ ଦାୟିତ୍ୱରେ ମଧ୍ୟ ବୈଜୟନ୍ତ ପଣ୍ଡା ଦାୟିତ୍ୱ ସଫଳତାର ସହ ତୁଲାଇ ସାରିଛନ୍ତି। ଏହି ସଫଳତା ପରେ ଏବେ ବୈଜୟନ୍ତଙ୍କ କାନ୍ଧରେ ତାମିଲନାଡୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ଦକ୍ଷିଣ ଭାରତ ବିଶେଷ କରି ତାମିଲନାଡୁରେ ବିଜେପିର ସେତେଟା ଦବଦବା ନାହିଁ। ଏପରି ସ୍ଥିତିରେ ଶ୍ରୀ…

Read More