Author: TRUPTIMAYEE SAHOO

ଚୀନ୍‌ର ଶିନଜିୟାଙ୍ଗ ପ୍ରାନ୍ତରେ ରହିଛି ସବୁଠୁ ବଡ଼ ନିର୍ଜନ ମରୁଭୂମି ଟକଲାମକାନ। ମରୁଭୂମି ବାଲିରେ କିଛି ଯୁଦ୍ଧ ଜାହାଜ ମୁତୟନ ହୋଇଥିବା ଦେଖିବାକୁ ମିଳିଛି। ଏଠାରେ ସାଟେଲାଇଟ୍ ଛବିରେ ରେଳ ଲାଇନ  ଓ ନୌସେନା ବେସ୍ ମଧ୍ୟ ଦେଖିବାକୁ ମିଳିଛି। ସମୁଦ୍ରଠୁ ଶତାଧିକ କିମି ଦୂର ଏହି ମରୁଭୂମିରେ ଯୁଦ୍ଧଜାହାଜର କାମ କ’ଣ ? ଏହା ଚୀନ୍‌ର କୌଣସି ନୂଆ ରଣନୀତି ନୁହେଁ ତ! ଗ୍ରୀଷ୍ମଋତୁରେ ଟକଲାମକାନ ମରୁଭୂମିର ଦିନ ତାପମାତ୍ରା ୪୫ ଡିଗ୍ରୀ ସେଲ୍‌ସିୟସ । ଶୀତରେ ଏ ହାର ରାତି ତାପମାତ୍ରା ବିଯୁକ୍ତ ୨୦ ଡିଗ୍ରୀ ସେଲ୍‌ସିୟସ୍‌ରେ ପହଞ୍ଚିଯାଏ। ବର୍ଷରେ ଏଠାରେ ୧୦୦ ମିଲିମିଟରରୁ ମଧ୍ୟ କମ୍ ବର୍ଷା ହୁଏ। ଏଠାରେ ମାନବ ବସତି ନାହିଁ, କେବଳ ବାଲି । କିନ୍ତୁ ଏହାର ସାଟେଲାଇଟ୍‌ ଫଟୋଗୁଡ଼ିକୁ ଜୁମ କଲେ, କିଛି ଆକୃତି ଦେଖିବାକୁ ମିଳୁଛି। ସାଟେଲାଇଟ୍ ଫଟୋରୁ ଏଠାରେ ଜାହାଜ ଭଳି ଆକୃତି ଦିଶୁଛି, ଯାହା ଉପରେ ର…

Read More