Author: TRUPTIMAYEE SAHOO

କେନ୍ଦ୍ର ସରକାର ସମ୍ପ୍ରତି ଜିଏସ୍‌ଟି ହାରରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି । ଏଥରେ ପ୍ରାୟ ୪୦୦ ସାମଗ୍ରୀ ଉପରୁ ଟିକସ ହାର ହ୍ରାସ ପାଇଛି। ନବରାତ୍ରିର ପ୍ରଥମ ଦିନ ଅର୍ଥାତ୍ ସେପ୍ଟେମ୍ବର ୨୨ଠାରୁ ନୂତନ ଜିଏସ୍‌ଟି ହାର ଲାଗୁ ହୋଇଛି । କେନ୍ଦ୍ର ସରକାର ଜିଏସ୍‌ଟିରେ ହ୍ରାସ ଘଟାଇଥିଲେ ସୁଦ୍ଧା ବଜାର ଦରରେ ଖାଉଟିଙ୍କୁ ଏ ଯାଏ ତା’ର ଲାଭ ମିଳୁନାହିଁ । ଏମିତିକି ଏ ପର୍ଯ୍ୟନ୍ତ ପ୍ୟାକେଜ୍ ଖାଦ୍ୟ ସହ ଔଷଧ ସାମଗ୍ରୀ କ୍ଷେତ୍ରରେ ଜିଏସ୍‌ଟି ହ୍ରାସ ପାଇ ନ ଥିବା ଲୋକାଲ୍ ସର୍କଲ୍ ସର୍ଭେ ରିପୋର୍ଟରେ କୁହାଯାଇଛି । ଅପରପକ୍ଷେ ଜିଏସ୍ଟି ହାରରେ ହ୍ରାସ ପୂର୍ବରୁ ବଡ଼ ବଡ଼ କମ୍ପାନୀଗୁଡ଼ିକ ଅନେକ ଉତ୍ପାଦର ମୂଲ୍ୟରେ ବୃଦ୍ଧି ଘଟାଇଥିବା ଭଳି ସାଂଘାତିକ ଅଭିଯୋଗ କରିଛି କଂଗ୍ରେସ । କଂଗ୍ରେସ ମହାସଚିବ ଜୟରାମ ରମେଶ ଏକ୍ସ’ରେ ଏକ ଗଣମାଧ୍ୟମ ସେୟାର କରିଛନ୍ତି, ଯେଉଁଥିରେ କେନ୍ଦ୍ର ସରକାର ସେପ୍ଟେମ୍ବର ୨୨ ରୁ ଖାଦ୍ୟ…

Read More