Author: TRUPTIMAYEE SAHOO

ପୂର୍ବତନ କେରଳ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଜାକବ ଥମାସ ଆରଏସଏସରେ ଯୋଗ ଦେଇଛନ୍ତି । ଅବସର ପରେ, ସେ ବିଜେପିରେ ଯୋଗ ଦେଇଥିଲେ ଏବଂ ୨୦୨୧ ବିଧାନସଭା ନିର୍ବାଚନ ଲଢ଼ିଥିଲେ । କିନ୍ତୁ ସେ ନିର୍ବାଚନରେ ​​ପରାସ୍ତ ହୋଇଥିଲେ। ସେ ଏବେ ବିଜେପି ଛାଡି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରଚାରକ ହେବାକୁ ଯାଉଛନ୍ତି। ଥମାସ ଏବେ ହିନ୍ଦୁ ଧର୍ମର ପ୍ରଚାର କରିବେ। ଜାକବ ଥମାସଙ୍କର ଜଣେ ବିଦ୍ରୋହୀ ପୋଲିସ ଭାବରେ ଖ୍ୟାତି ଅଛି। ତାଙ୍କର ୩୪ବର୍ଷର ବିବାଦୀୟ ପୋଲିସ କ୍ୟାରିୟର ଥିଲା। ସେ ୨୦୧୭ ରେ ପୋଲିସ ବିଭାଗରୁ ଅବସର ନେଇଥିଲେ। ସେ ସ୍ଥାନୀୟ ଗଣମାଧ୍ୟମକୁ କହିଥିଲେ ଯେ ସେ ଆରଏସଏସର ଜାତୀୟତାବାଦୀ ଏବଂ ସାମୁଦାୟିକ ସେବା ଆଦର୍ଶ ପ୍ରତି ଆକର୍ଷିତ ହୋଇଥିଲେ ଏବଂ ସଂଗଠନରେ ଯୋଗଦାନ ଦେବା ପାଇଁ ତାଙ୍କର ପୂର୍ଣ୍ଣ ସମୟ ଉତ୍ସର୍ଗ କରିବାକୁ ଚାହୁଁଥିଲେ। ବିଜୟାଦଶମୀରେ ଅଂଶଗ୍ରହଣ କରିବେ ଅକ୍ଟୋବର ୨, ବିଜୟାଦଶମୀରେ କୋଚିରେ ଆରଏସଏସର ପାଦ…

Read More