What's Hot
Author: TRUPTIMAYEE SAHOO
ମଙ୍ଗଳବାର ଉତ୍ତର ଆଣ୍ଡାମାନସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଦକ୍ଷିଣ ଚାଇନା ସାଗରରୁ ଏହା ଆଣ୍ଡାମାନ ସାଗରକୁ ପ୍ରବେଶ କରିବ ଏହା ପ୍ରଭାବରେ ୧ତାରିଖ ବେଳକୁ ନୂତନ ଲଘୁଚାପ ବିଭିନ୍ନ ସ୍ଥାନରେ ପୁଣି ବର୍ଷାର ପରିମାଣ ବଢ଼ିପାରେ। ମଙ୍ଗଳବାର ଅର୍ଥାତ୍ ଅଷ୍ଟମୀରେ ଉପକୂଳବର୍ତ୍ତୀ ଜିଲ୍ଲାର କିଛି ସ୍ଥାନରେ ବର୍ଷା ହେବାକୁ ଥିବା ବେଳେ ନବମୀ ଓ ଦଶମୀ ବର୍ଷା ଯୋଗୁଁ ଅନେକ ସ୍ଥାନରେ ପ୍ରଭାବିତ ହେବାର ଆଶଙ୍କା ରହିଛି। ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ, ମଙ୍ଗଳବାର ଗଜପତି, ଗଞ୍ଜାମ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଆଦି ଜିଲ୍ଲାର କିଛି ସ୍ଥାନରେ ଭାରୀ ବର୍ଷା ହେବାକୁ ଥିବା ବେଳେ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ସୁନ୍ଦରଗଡ଼ ସମ୍ବଲପୁର, ଝାରସୁଗୁଡ଼ା, ମୟୂରଭଞ୍ଜ ଓ କେନ୍ଦୁଝରରେ ମଧ୍ୟ ବର୍ଷା ଆଶଙ୍କା ରହିଛି। ଦୁର୍ଗାପୂଜା ପାଇଁ ସାରା ରାଜ୍ୟ ବର୍ତ୍ତମାନ ଉତ୍ସବମୁଖର ହୋଇପଡ଼ିଥିବା ବେଳେ କଟକ-ଭୁବନେଶ୍ୱରରେ ପୂଜା ପାଇଁ…
