Author: TRUPTIMAYEE SAHOO

ଭାରତରେ ଦାମ୍ପତ୍ୟ ଜୀବନ କଳହପୂର୍ଣ୍ଣ ହେବାରେ ଲାଗିଛି। ଏଥିଯୋଗୁଁ ଦିନକୁ ଦିନ ଛାଡ଼ପତ୍ର ମାମଲା ବଢ଼ି ଚାଲିଛି। ଏହା କାରଣ ଜାଣିବା ଏକ ଆର୍ଥିକ ପରାମର୍ଶଦାତା କମ୍ପାନୀ କରିଥିବା ସର୍ଭେରୁ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଏଥିରୁ ଜଣାପଡ଼ିଛି ଯେ ବିବାହ ପରେ ୪୨ ପ୍ରତିଶତ ପୁରୁଷ ଛାଡ଼ପତ୍ର ସମ୍ବନ୍ଧିତ ଖର୍ଚ୍ଚ ପାଇଁ ଋଣ ନେଇଛନ୍ତି। ସେହିପରି ୪୬ ପ୍ରତିଶତ ମହିଳା କାମ କରିବା ଛାଡ଼ି ଦେଇଥିଲେ କିମ୍ବା ହ୍ରାସ କରିଥିଲେ। ‘ୱାନ ଫାଇନାନ୍ସ ଆଡଭାଇଜର କମ୍ପାନୀ’ର ସର୍ଭେରୁ ଏହା ଜଣାପଡିଛି। ଏଥିରେ ଟିୟର-୧ ଏବଂ ଟିୟର-୨ ସହରର ଛାଡ଼ପତ୍ର ନେଇଥିବା କିମ୍ବା ଆବେଦନ କରିଥିବା ୧୨୫୮ ଦମ୍ପତିଙ୍କ ରାୟ ନିଆଯାଇଥିଲା। ସର୍ଭେରେ କୁହାଯାଇଛି ଯେ ଭରଣପୋଷଣ ଖର୍ଚ୍ଚ ଦେବା ପରେ ୨୯ ପ୍ରତିଶତ ପୁରୁଷଙ୍କ ଆୟ ନକରାତ୍ମକ ସ୍ଥିତିକୁ ଚାଲି ଯାଇଥିଲା। ଆୟର ୩୮ ପ୍ରତିଶତ ଅଂଶ ଭରଣପୋଷଣ ଦେବାରେ ଖର୍ଚ୍ଚ ହୋଇଥିଲା। ଛାଡ଼ପତ୍ର ସମ୍ବନ୍ଧିତ ଖର୍ଚ୍ଚରେ ୧୯ ପ୍ରତିଶତ…

Read More