Author: TRUPTIMAYEE SAHOO

ଡୋନାଲ୍ଡ୍ ଟ୍ରମ୍ପଙ୍କ ନେତୃତ୍ତ୍ୱରେ ଆମେରିକା ନିଜର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଚୀନକୁ ନିୟନ୍ତ୍ରଣ କରିବା ପାଇଁ ଭାରତର ବ୍ୟବହାର କରୁଛି। ଆମେରିକା ଜାଣେ ଯେ ଭାରତ ବିଶ୍ୱର ସର୍ବାଧିକ ଜନସଂଖ୍ୟାଯୁକ୍ତ ଦେଶ ଓ ବିଶ୍ୱର ଚତୁର୍ଥ ଅର୍ଥନୀତି। ଭାରତ ୨୦୨୮ ସୁଦ୍ଧା ବିଶ୍ୱର ତୃତୀୟ ସର୍ବବୃହତ୍‍ ଅର୍ଥନୀତି ହେବାର ପଥରେ ରହିଛି। ଭାରତ,ଆଗକୁ ନିଜ ଆର୍ଥିକ ଓ ସାମରିକ ଶକ୍ତି ବଳରେ କାଳେ ଆମେରିକାକୁ ଚ୍ୟାଲେଞ୍ଜ୍ କରିବ,ଏହି ଚିନ୍ତାରେ ୱାଶିଂଟନ ଭାରତ ବିରୋଧରେ ପାକିସ୍ତାନୀ କାର୍ଡ ଖେଳୁଛି ବୋଲି ବିଶେଷଜ୍ଞ କହୁଛନ୍ତି । ଏସିଆରେ ଆମେରିକାର ‘ବିଗ୍ ଗେମ୍’ ୟୁରେସିୟାନ୍ ଟାଇମ୍ସରେ ପ୍ରକାଶିତ ଏକ ଲେଖାରେ କୁହାଯାଇଛି ଯେ ଭବିଷ୍ୟତରେ ଭାରତ ଯେପିର ଆମେରିକାକୁ ସିଧାସଳଖ ଚ୍ୟାଲେଞ୍ଜ୍ ନ କରେ,ସେଥିପାଇଁ ଆମେରିକା ଭାରତକୁ ପାକିସ୍ତାନକୁ ବ୍ୟବହାର କରୁଛି। ଅନ୍ୟପକ୍ଷରେ, ପାକିସ୍ତାନକୁ ନିୟନ୍ତ୍ରଣ କରିବା ପାଇଁ ଆମେରିକା ଆଫଗାନିସ୍ତାନକୁ ବ୍ୟବହାର କରୁଛି। ଏହା ବ୍ୟତୀତ, ଆଫଗାନିସ୍ତାନକୁ ଅସନ୍ତୁଳିତ ରଖିବା ପାଇଁ ପାକିସ୍ତାନ ସହିତ ମିଶି…

Read More