Author: TRUPTIMAYEE SAHOO

ଅବୈଧ ବାଂଲାଦେଶୀଙ୍କୁ ନେଇ ଦେଶର ରାଜନୀତି ଗରମ ଅଛି । ବିଜେପିର ଅଭିଯୋଗ ଯେ, କଂଗ୍ରେସ ଓ ଟିଏମସି ଭଳି ଦଳ ଭୋଟ୍ ବ୍ୟାଙ୍କ ପାଇଁ ବାଂଲାଦେଶୀଙ୍କୁ ଦେଶରେ ଶରଣ ଦେଉଛନ୍ତି । ବାଂଲାଦେଶୀ ନାଗରିକଙ୍କୁ ନେଇ କେବଳ ରାଜନୀତି ଚାଲିଛି । ସେମାନଙ୍କୁ ବିଦା କରିବା ପାଇଁ ସେଭଳି କିଛି ଆଖିଦୃଷ୍ଟିଆ ପଦକ୍ଷେପ ନିଆଯାଉନି । ଏହାରି ଭିତରେ ସୁପ୍ରିମକୋର୍ଟଙ୍କ ଗୋଟିଏ ଟିପ୍ପଣୀ ମାମଲାକୁ ଅଧିକ ତେଜାଇଛି । ସୁପ୍ରିମକୋର୍ଟ୍ କ’ଣ କହିଲେ ? ଏହି ଦେଶ ସମସ୍ତ ପ୍ରକାରର ଲୋକଙ୍କ ପାଇଁ ସ୍ୱର୍ଗ ପାଲଟିଛି । ଯେ କେହି ଆସୁଛି ଏବଂ ଏଠାରେ ରହିଯାଉଛି । ଏଭଳି ମନ୍ତବ୍ୟ ଆଉ କେହି ନୁହେଁ ଖୋଦ ସୁପ୍ରିମକୋର୍ଟ୍ ଦେଇଛନ୍ତି । ଗୋଆରେ ଜଣେ ରୁଷିଆ ନାଗରିକଙ୍କ ସହ ରହୁଥିବା ଜଣେ ଇସ୍ରାଏଲୀ ବ୍ୟକ୍ତିଙ୍କ ସମ୍ପର୍କୀୟ ଦ୍ୱାରା ଦାଏର ଏକ ଆବେଦନର ଶୁଣାଣି ସମୟରେ ସୁପ୍ରିମକୋର୍ଟ ଏଭଳି ଟିପ୍ପଣୀ କରିଛନ୍ତି ।…

Read More