Author: TRUPTIMAYEE SAHOO

ନିଜର ବିଶାଳ ତୈଳ ଓ ପ୍ରାକୃତିକ ଗ୍ୟାସ ଭଣ୍ଡାର ହେତୁ ବିଶ୍ୱର ଅନ୍ୟତମ ଧନୀ ଦେଶ ହେଉଛି ସାଉଦୀ ଆରବ । ନିଜ ପେଟ୍ରୋ ଡଲାର ପାଇଁ ଶକ୍ତିଶାଳୀ ଏହି ରାଷ୍ଟ୍ର କିନ୍ତୁ ଏକ ଗମ୍ଭୀର ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି। ଏହା ହେଉଛି ପାଣିର ଅଭାବ। ଏହି ଦେଶର ଅଧିକାଂଶ ଭାଗ ମରୁଭୂମିରେ ଆଚ୍ଛାଦିତ। ଏହା ହେତୁ ଏହାର ଜଳବାୟୁ ବେଶ କଠିନ। ଏଠାରେ ଗ୍ରୀଷ୍ମ ଋତୁରେ ଅତ୍ୟଧିକ ଗରମ ଏବଂ ଶୀତ ଋତୁରେ ପ୍ରଚଣ୍ଡ ଥଣ୍ଡା ହୁଏ। ସବୁଠାରୁ ବଡ଼ କଥା ହେଲା ଇଏ ଏକମାତ୍ର ଦେଶ,ଯେଉଁଠାରେ ଗୋଟିଏ ମଧ୍ୟ ନଦୀ ନାହିଁ । ନଦୀ ଛାଡ଼ନ୍ତୁ ଛୋଟ ନାଳ ଟିଏ ବି ନାହିଁ । କେବଳ ଖରା ଓ ଶୀତକୁ ଜାଣିଥିବା ଏହି ଦେଶରେ ବର୍ଷକୁ ଥରେ କିମ୍ବା ଦୁଇଥର ବର୍ଷା ହୁଏ । ଏବେ ଆପଣଙ୍କ ମନକୁ ପ୍ରଶ୍ନ ଆସୁଥିବ,ନଦୀ କିମ୍ବା ହ୍ରଦ ନଥିବା ଦେଶର ଲୋକମାନେ…

Read More