Author: TRUPTIMAYEE SAHOO

ଏକଦା ଭୁବନେଶ୍ୱରକୁ ଶାନ୍ତିର ସହର, ଶିକ୍ଷା ଓ ସଂସ୍କୃତିର ନଗର ବୋଲି ବିଶ୍ଲେଷଣ ଦିଆଯାଉଥିଲା। ଏବେ ସେହି ଭୁବନେଶ୍ୱର ଅନେକଙ୍କ ପାଇଁ ଭୟ ଓ ଅସୁରକ୍ଷାର ପରିଚୟ ହୋଇଯାଇଛି। ଗଲା ୨୦ ବର୍ଷରେ ରାଜଧାନୀ ଏକ ଭୟଙ୍କର ପରିବର୍ତ୍ତନ ଦେଖିଛି — ଅପରାଧ ତଥ୍ୟ ଦେଖିଲେ ମଣିଷ ଚମକିଯାଉଛି। ଯେଉଁ ସହରରେ କେବେ ରାତି ୧୦ଟା ପରେ ରାସ୍ତା ଖାଲି ହୋଇଯାଉଥିଲା, ସେଠି ଏବେ ମଧ୍ୟରାତ୍ରୀ ଗୁଳିଚାଳନା, ହତ୍ୟାକାଣ୍ଡ ଓ ଗ୍ୟାଙ୍ଗୱାର ଦିନକୁ ଦିନ ସାଧାରଣ ଘଟଣା ହୋଇଯାଇଛି। କିନ୍ତୁ ଗତ ଦଶକରେ ସହର ଏକ ଅନ୍ୟ ରୂପ ଧାରଣ କରିଛି — ଅପରାଧ, ଗ୍ୟାଙ୍ଗୱାର, ଅସ୍ତ୍ର ଓ ନିଶାଦ୍ରବ୍ୟ ଚାଲାଣର ନୂଆ କେନ୍ଦ୍ରଭୂମି ଭାବେ। ଭୁବନେଶ୍ୱର ଏବେ ଶିକ୍ଷା ନୁହେଁ, ଅସୁରକ୍ଷା ଓ ଅସ୍ଥିରତାର ଚର୍ଚ୍ଚାରେ ଥିବା ଏକ ରାଜଧାନୀରେ ପରିଣତ ହେଉଛି। ପୁଲିସ ଉପରେ ଅପରାଧିଙ୍କ ଭୟ ନାହିଁ ଆଜିର ଭୁବନେଶ୍ୱରର ସବୁଠୁ ଚିନ୍ତାଜନକ ଦିଗ ହେଉଛି —…

Read More