Author: TRUPTIMAYEE SAHOO

ଚଳିତ ବର୍ଷ ଶୀଘ୍ର ମୌସୁମୀ ଆସିଥିଲା, ସ୍ୱାଭାବିକ ଭାବରେ ବର୍ଷିବା ସହ ଧାର୍ଯ୍ୟ ସମୟରେ ବିଦାୟ ନେଇଛି। ଅନ୍ୟପକ୍ଷରେ ଚଳିତ ବର୍ଷ ପୂର୍ବ ବର୍ଷଗୁଡ଼ିକ ତୁଳନାରେ ଶୀଘ୍ର ଆସିବ ଥଣ୍ଡା। ଏପରିକି ପୂର୍ବ ବର୍ଷଗୁଡ଼ିକ ତୁଳନାରେ ଚଳିତ ବର୍ଷ ଅଧିକ ଥଣ୍ଡା ପଡ଼ିବ ବୋଲି ପାଣିପାଗବିଜ୍ଞାନୀମାନେ ଆକଳନ କରୁଛନ୍ତି। ପ୍ରାୟ ୨ ମାସ ପୂର୍ବରୁ ହିମାଳୟ ଉପରାର୍ଦ୍ଧର ୮୬% ଅଞ୍ଚଳ ବରଫରେ ଆବୃତ୍ତ ହୋଇଛି ଓ ହିମାଳୟର ନିମ୍ନଭାଗ ଅଞ୍ଚଳର ତାପମାତ୍ରା ସ୍ୱାଭାବିକ ତାପମାତ୍ରାଠାରୁ ପ୍ରାୟ ୩ ଡ଼ିଗ୍ରୀ ପର୍ଯ୍ୟନ୍ତ କମ୍‌ ହୋଇଛି ଓ ବରଫ ତରଳିବା ହାର ପ୍ରାୟ ଶୂନ୍ୟକୁ ଖସି ଆସିଛି। ଡିସେମ୍ବରରେ ଲା ନିନା ସକ୍ରିୟ ହେବା ସମ୍ଭାବନା ଥିବାରୁ ଚଳିତବର୍ଷ ଭାରତରେ ଭଲ ବର୍ଷା ହୋଇଛି ଓ ଅଧିକ ଥଣ୍ଡା ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି। ହିମାଳୟର ଉପରାର୍ଦ୍ଧ ଅର୍ଥାତ ୪ ହଜାର ଫୁଟ ଉଚ୍ଚରୁ ଅଧିକ ଅଞ୍ଚଳରେ ତାପମାତ୍ରା ଏବେ ବିଯୁକ୍ତ ୧୫ ଡିଗ୍ରୀ…

Read More