Author: TRUPTIMAYEE SAHOO

ହମାସ ଆକ୍ରମଣରୁ ଆରମ୍ଭ ହୋଇଥିବା ଗାଜା ଯୁଦ୍ଧକୁ ମଙ୍ଗଳବାରୁ ଦୁଇବର୍ଷ ପୂରଣ ହୋଇଛି। କ୍ରମାଗତ ବୋମାମାଡ଼ ଏବଂ ସାମରିକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଗାଜା ଷ୍ଟ୍ରିପ୍‌ ଧ୍ୱଂସସ୍ତୁପରେ ପରିଣତ ହୋଇଯାଇଛି। ମିଳିତ ଜାତିସଂଘ (ୟୁଏନ)ର ସାଟେଲାଇଟ ରିପୋର୍ଟ ଅନୁଯାୟୀ ଯୁଦ୍ଧ ପାଇଁ ଗାଜାର ୮୦ ପ୍ରତିଶତ କୋଠା କ୍ଷତିଗ୍ରସ୍ତ ହୋଇଛି। ପ୍ରାୟ ୯୦ ପ୍ରତିଶତ ସ୍କୁଲ ଭୂତକୋଠିରେ ପରିଣତ ହୋଇଯାଇଛି। ୧୮ ହଜାର ଶିଶୁଙ୍କ ସମେତ ୬୫ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ୩୯, ୩୮୪ ଶିଶୁ ନିଜ ମାତାପିତାଙ୍କ ମଧ୍ୟରୁ ଜଣକୁ ହରାଇଛନ୍ତି। ୧୭ ହଜାର ଶିଶୁ ମାତାପିତା ଉଭୟଙ୍କୁ ହରାଇଛନ୍ତି। ହଜାର ହଜାର ଲୋକ ଆହତ ହୋଇଛନ୍ତି। ୯୮.୫ ପ୍ରତିଶତ କ୍ଷେତ ନଷ୍ଟ ହୋଇଯାଇଛି। ଲକ୍ଷାଧିକ ପାଲେଷ୍ଟିନୀୟ ଟେଣ୍ଟରେ ରହିବାକୁ ବାଧ୍ୟ ହେଉଛନ୍ତି। ଏଠାରେ ଖାଦ୍ୟ, ପାନୀୟ, ବିଦ୍ୟୁତ୍‍ ଏବଂ ଚିକିତ୍ସା ବିନା କାଳତିପାତ କରୁଛନ୍ତି। ଭୋକ ଉପାସରେ ମୃତ୍ୟୁକୁ ଅପେକ୍ଷା କରି ରହିଛନ୍ତି। ଗାଜା ଅସହାୟଙ୍କ ସହର…

Read More