Author: TRUPTIMAYEE SAHOO

ଓଡ଼ିଶାର ରାଜନୀତି ଏବେ ଗଭୀର ଚାଲ –ଉପଚାଲ ଓ ମନୋବିଜ୍ଞାନର ଖେଳ ହୋଇଛି। ନୂଆପଡ଼ା ଉପନିର୍ବାଚନ ଏକ ଛୋଟ ମଞ୍ଚ ହେଲେ ମଧ୍ୟ, ସେଠି ଦଳୀୟ ଗଠନ, ନେତୃତ୍ୱ ସଂଘର୍ଷ ଓ ରାଜନୀତିକ ଅସୁବିଧାର ସମସ୍ତ ଲକ୍ଷଣ ଦେଖାଯାଉଛି। ଏହି ପରିପ୍ରେକ୍ଷିରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଭୁବନେଶ୍ୱର ପ୍ରେସ୍‍ ମିଟ୍‍ ନିଶ୍ଚୟ ଅନେକ ପ୍ରଶ୍ନ ଉଠାଇଛି। ନୂଆପଡ଼ାରେ ଦଳୀୟ ବିଭାଜନର ଛାୟା ନୂଆପଡ଼ା ଉପନିର୍ବାଚନରେ ଓଡ଼ିଶା କଂଗ୍ରେସ ଦଳର ଚିତ୍ର ସମ୍ପୂର୍ଣ୍ଣ ଅସ୍ପଷ୍ଟ। ରାଜ୍ୟ କଂଗ୍ରେସ ସଭାପତି ଭକ୍ତଚରଣ ଦାସ ଯେପରି ସର୍ବଦା ନିଜ ସ୍ୱାର୍ଥ ଓ ଦୂରତା ଭିତ୍ତିକ ପ୍ରଚାର ନୀତି ନେଇଥାନ୍ତି, ଏଥିରେ ମଧ୍ୟ ସେ ସେହି ପଦ୍ଧତିକୁ ଜାରି ରଖିଛନ୍ତି। ଦଳର ବରିଷ୍ଠ ନେତାମାନେ — ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଶରତ ପଟ୍ଟନାୟକ, ମହମ୍ମଦ ମୋକିମ ଓ ବିଧାୟକ ରେମଶଚନ୍ଦ୍ର ଜେନା — ସମସ୍ତେ ଦୀର୍ଘ ସମୟ ଧରି ଦଳକୁ ବଞ୍ଚାଇ ଆସିଛନ୍ତି।…

Read More