Author: TRUPTIMAYEE SAHOO

ନୂଆପଡ଼ା ଉପନିର୍ବାଚନ ଯେପରି ଆଗକୁ ବଢ଼ୁଛି, ସେପରି ରାଜନୀତିର ଶବ୍ଦ ଯୁଦ୍ଧ ମଧ୍ୟ ଦିନକୁ ଦିନ ତୀବ୍ର ହେଉଛି। ପ୍ରଚାର ମଞ୍ଚରେ ଏବେ ବିକାଶ, ଦଳୀୟ ଯୋଜନା କିମ୍ବା ଜନସେବାର କଥାଠାରୁ ଅଧିକ ଆଲୋଚିତ ହେଉଛି — “ମାମୁଁଘର” ଏବଂ “ବିଦେଶିନୀ”। ଏହି ଶବ୍ଦ ଦୁଇଟି ଅପରାହ୍ନରେ ସୋସିଆଲ ମିଡିଆ, ଗାଁ ଛକ, ଏବଂ ରାଜନୀତିକ ଅଫିସଗୁଡ଼ିକରେ ଚର୍ଚ୍ଚାର ମୁଖ୍ୟ ବିଷୟବସ୍ତୁ ପାଲଟିଛି। ଶ୍ରୀମୟୀଙ୍କ କବିତାର କଟାକ୍ଷ ବିଜେଡିରୁ ନିଲମ୍ବିତ ନେତ୍ରୀ ଶ୍ରୀମୟୀ ମିଶ୍ର ନିଜ ଶୈଳୀରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ କଟାକ୍ଷ କରିଛନ୍ତି। ସେ ଏକ କବିତା ଶୈଳୀରେ ଲେଖିଛନ୍ତି — “ଖୋଜା ଚାଲିଛି ମାମୁଁଘର, କୋଉଠୁ ଆସିବ ପ୍ରଥମାଷ୍ଟମୀ ଭାର, ଆରୋପ ପ୍ରତ୍ୟାରୋପର ସମର, କିଏ କହିବ ମାମୁଁଘରର କ୍ରମିକ ନମ୍ବର!” ଏହି ଲାଇନ୍‌ଗୁଡ଼ିକ ମାଧ୍ୟମରେ ଶ୍ରୀମୟୀ ସ୍ପଷ୍ଟ ସନ୍ଦେଶ ଦେଇଛନ୍ତି — ସ୍ନେହାଙ୍ଗିନୀ ଛୁରିଆଙ୍କ ଜନ୍ମସ୍ଥାନ ଓ ନୂଆପଡ଼ା ସହ ସମ୍ପର୍କ ନେଇ ସେ ଗଭୀର…

Read More