Author: TRUPTIMAYEE SAHOO

ସ୍ଵାଧୀନତା ପ୍ରାପ୍ତି ବେଳକୁ ମହତାବଙ୍କ ଅଧୀନରେ ଗଠିତ ସରକାରଙ୍କ ପକ୍ଷରୁ ଓଡ଼ିଶାର ଜନସାଧାରଣଙ୍କ ମାନ ବୃଦ୍ଧି ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଯେକେହି କଳ୍ପନା କରିପାରିବେ ୧୯୪୭ ସମୟରେ ଓଡ଼ିଆମାନଙ୍କର ସାମାଜିକ ଓ ଆର୍ଥିକ ଅବସ୍ଥା କ’ଣ ଥିବ। ଲୋକଙ୍କ ହିତ ପାଇଁ ଯେଉଁ ସ୍ୱପ୍ନ ଓ ସଂକଳ୍ପ କରାଯାଇଥିଲା ସେଗୁଡ଼ିକୁ ପୂରଣ କରିବା ଏକ କଠିନ କାର୍ଯ୍ୟ ଥିଲା। ଜନସାଧାରଣଙ୍କ ଭିତରେ ଆଶା ପ୍ରବଳ ଥିଲା। ପ୍ରତ୍ୟେକ ସାମାଜିକ ଗୋଷ୍ଠୀର ନିଜ ନିଜ ସ୍ୱାର୍ଥ ହାସଲ କରିବା ପାଇଁ ଉଦ୍ୟମରତ ଥିଲେ। ବିଭିନ୍ନ ବର୍ଗର ସ୍ୱାର୍ଥ ଏବଂ ଆକାଂକ୍ଷା ପରସ୍ପର ମଧ୍ୟରେ ଯେପରି ସଂଘର୍ଷ ନହୁଏ ସ୍ଥାନୀୟ ପ୍ରତିନିଧିମାନଙ୍କ ଦ୍ୱାରା ପରିଚାଳିତ ସରକାରକୁ ସେ ନେଇ ସତର୍କ ହେବାକୁ ପଡ଼ୁଥିଲା । ଜାତିବାଦ ଏବଂ ସାମନ୍ତବାଦୀ ମାନସିକତା ଦ୍ୱାରା ପରିଚାଳିତ ତୀବ୍ର ଅସମାନତାର ଏକ ସମାଜ ପାଇଁ ଏକ ସାର୍ବଜନୀନ କାର୍ଯ୍ୟକ୍ରମ ଚୟନ କରିବାକୁ ପଡ଼ିଥିଲା ଯାହା ଦ୍ୱାରା…

Read More